Onn 3

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶହୀଦ ଦିବସ ପାଳିତ

State

ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ” ଦୁଇ ମିନିଟ ନୀରବ ପ୍ରାର୍ଥନା “

ବାରିପଦା:   ଭାରତର ସ୍ୱାଧୀନତା ପାଇଁ ବଳି ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ମଙ୍ଗଳବାର ଦିନ ମୟୂରଭଂଜ ସଦର ମହକୁମା ବାରିପଦା ଠାରେ ସେମାନଙ୍କ ସ୍ମୃତି ଉଦେଶ୍ୟରେ ଶହୀଦ ଦିବସ ପାଳନ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଏବଂ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା ହୋଇଥିଲା |ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଏହି ସଭାରେ ଯୋଗଦାନ କରିଥିଲେ ଏବଂ ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ଭନ୍ଧ ରେ ଉଲ୍ଲେଖ କରିଥିଲେ |ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଉପସ୍ଥିତ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର କାର୍ଯ୍ୟ ସାରଣୀ ମୁତାବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ|

ଏହି ଅବସରରେ ଜିଲ୍ଲାପାଳଙ୍କ ପୌରହିତ୍ୟ ରେ ଦେଶ ପାଇଁ ପ୍ରାଣ ବଳି ଦେଇ ଶହୀଦ ହୋଇଥିବା ମହାପୁରୁଷ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ “ଦୁଇ ମିନିଟ ନୀରବ ପ୍ରାର୍ଥନା ” କରାଯାଇଥିଲା | ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ଦେବାଶିଷ ମହାପାତ୍ର, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ଶୁଭରଂଞ୍ଜନ ନାୟକ ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ ଙ୍କ ସମେତ ପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗର ଅଧିକାରୀ, ଓ କର୍ମଚାରୀମାନେ ଯୋଗ ଦେଇ ନୀରବ ପ୍ରାର୍ଥନା ରେ ଅଂଶ ଗ୍ରହଣ କରି ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |