Onn 3

ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଆଶିଷ ଠାକରେ

State

ସମସ୍ତ କର୍ମଚାରୀଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ

ବାରିପଦା: ମୟୂରଭଞ୍ଜ ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଆଶିଷ ଠାକରେ । ମଙ୍ଗଳବାର ଦିନ ପୂର୍ବାହ୍ନରେ ଶ୍ରୀ ଠାକରେ ବାରିପଦା ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଗମନ କରି ଦାୟିତ୍ଵ ଗ୍ରହଣ କରିଥିଲେ l ଏହି ସମୟ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ଦେବାଶିଷ ମହାପାତ୍ର, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶ୍ରୀ ଶୁଭରଂଞ୍ଜନ ନାୟକ ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏଠି ସହିତ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ସାଧୁବାଦ ଜଣାଇ ନିଜ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ସମସ୍ତ ଅଧିକାରୀ ମାନଙ୍କ ସହିତ କଥୋପକଥନ ପରେ ଶ୍ରୀ ଠାକରେ ସମସ୍ତ କର୍ମଚାରୀଙ୍କୁ ସହଯୋଗିତା ଏବଂ ସହଭାଗିତାରେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟରେ ତତ୍ପରତା ଦେଖାଇବା ପାଇଁ ନିର୍ଦ୍ଧେଶ ଦେବା ସହିତ ଜିଲ୍ଲାର ମୁଖ୍ୟ ଷ୍ଟ୍ରଙ୍ଗ ରୁମ ସମସ୍ତ ପରିଦର୍ଶନ କରିଥିଲେ। ଏଥି ସହିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶହୀଦ ଦିବସ ଉପଲକ୍ଷେ ୨ ମିନିଟ ନିରବ ପ୍ରାର୍ଥନାରେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଜଣେ ବରିଷ୍ଠ ଏବଂ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ଠାକରେ ବେଶ ପରିଚିତ ଏବଂ ନିଜ କାର୍ଯ୍ୟ ଅନୁଭବ ଦ୍ୱାରା ମୟୂରଭଂଜ ଜିଲ୍ଲାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସୁଚାରୁ ରୂପେ କରିବେ ବୋଲି ସମସ୍ତ ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀ ଠାକରେ, ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ଏବଂ ଏହି ବଦଳି ପରେ ପୂର୍ବତନ ମୟୂରଭଂଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।