Onn 3

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ ଅଣ୍ଡା ମାଡ

Crime State

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ।

ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ । ଏହି ସମୟରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ନାରାବାଜି ସହ କଳାପତାକା ପ୍ରଦର୍ଶନ  କରାଯାଇଥିଲା । ଏପରିକି କଂଗ୍ରେସ କର୍ମୀମାନେ ବିଧାୟକଙ୍କ କାର ସମ୍ମୁଖରେ ଶୋଇ ପଡିଥିଲେ । ପୋଲିସ ବିକ୍ଷୋଭକାରୀମାନଙ୍କୁ ଟାଣି ହଟାଇବା ପରେ ବିଧାୟକଙ୍କ ଗାଡି ଆଗକୁ ଯାଇଥିବା ଦେଖିବାକୁ ମିଳିଥିଲା ।

ମମିତା ମେହେର ହତ୍ୟା ଘଟଣାକୁ ନେଇ କ୍ୟାପଟେନ ଦିବ୍ୟଶଙ୍କରକୁ ବିରୋଧ କରିତଇଲେ କଂଗ୍ରେସ କର୍ମୀ ।  ଦିବ୍ୟଶଙ୍କରଙ୍କ ସହ ଅନ୍ୟ ଦୁଇ ବିଧାୟକ ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀ ମଧ୍ୟ ଥିଲେ । ସେମାନଙ୍କୁ ମଧ୍ୟ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ ।