Onn 3

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ଟିକିରା ବିଦ୍ୟାଳୟ

State

ଆଗରପଡ଼ା :ବନ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଧ୍ୟାଳୟ,ଟିକିରାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇଁ ରାଜ୍ୟରେ ଥିବା ପ୍ରାୟ ୨୭୧୧୮ ପ୍ରାଥମିକ ଓ ୪୩୦୪୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ଜିଲ୍ଲା ସ୍ତରରେ ୧୦ଟି ବିଦ୍ୟାଳୟକୁ ମନୋନୀତ କରାଯାଇଛି । ଉକ୍ତ ବିଦ୍ୟାଳୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ଜାନୁଆରୀ ୩୧ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ସମାରୋହରେ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରିବେ । ଏଥିପାଇଁ ବିଦ୍ୟାଳୟକୁ ୩ଲକ୍ଷ ଏବଂ ପ୍ରଧାନଶିକ୍ଷୟିତ୍ରୀ ସୁମତୀ ମାଝୀଙ୍କୁ ୨୫ହଜାର ଟଙ୍କା ପୁରସ୍କୃତ ରାଶି ପ୍ରଦାନ କରାଯିବ ।

ଏଥି ସହିତ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଅମରେନ୍ଦ୍ର ଦାଶଙ୍କୁ ମଧ୍ୟ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ । ଉକ୍ତ ପୁରସ୍କାର ହାସଲ ପାଇଁ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ପାର୍ବତୀ ସେଠୀ,ରୁକ୍ସାନା ଖାତୁନ,ଅମରେନ୍ଦ୍ର ଦାଶ,ଗଦାଧର ଯେନା,ଉର୍ମିଳା ପାଣିଗ୍ରାହୀ,ରଶ୍ମିତା ରଣାଙ୍କ ସମେତ ପରିଚାଳନା କମିଟି ସଭାପତି ଗଜେନ୍ଦ୍ର ମଲ୍ଲିକ ଏବଂ ସଭ୍ୟ ସୁକାନ୍ତ ବେହେରାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।