Onn 3

ବାବାମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

State

ଆଗରପଡ଼ା:ବନ୍ତ ବ୍ଲକ ଅଧିନସ୍ତ ଗଣିଜାଙ୍ଗ ପଂଚାୟତ ବୃନ୍ଦାବନପୁର ପଡ଼ିଆରେ ବାବାମଣୀ ମିଶନ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ଆଠ ଗୋଟି ଦଳ ଯୋଗଦେଇ ବେଳେ ଫାଇନାଲ ମ୍ୟାଚ ମା ସୁନାମୁହିଁ ଓ ମା ମଙ୍ଗଳା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦାରିତ ୪ ଓଭରରେ ମା ସୁନାମୁହିଁ ଟିମ ପାଂଚ ୱିକେଟ ହରାଇ ୩୫ ରନ୍ ସଂଗ୍ରହ କରିଥିଲା । ବିଜୟଲକ୍ଷ୍ୟରେ ମା ମଙ୍ଗଳା ଟିମ ସମସ୍ତ ୱିକେଟ ହରାଇ ୨୫ରନ୍ ସଂଗ୍ରହ କରିଥିଲା । ଫଳରେ ମା ସୁନାମୁହିଁ ଟିମ ବିଜୟୀ ହୋଇଥିଲା ।

ପୁରସ୍କାର ବିତରଣୀ ଉତ୍ସବରେ ଅତିଥିଭାବେ ପଦ୍ମଲୋଚନ ବେହେରା ଙ୍କ ସହ ବାବାମଣୀ ମିଶନ ର କର୍ମକର୍ତ୍ତାମାନେ ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନକରିଥିଲେ । ଏହାକୁ ତନ୍ମୟ ବେହେରା,ଶୁଭେନ୍ଦୁ ଜେନା,ସୁବ୍ରତ ବେହେରା,ବ୍ରହ୍ମାନଂଦ ଜେନା,ରାଜେଶ ପରିଡ଼ା,ବାସୁଦେବ ବେହେରା,ସୁବ୍ରତ ବେହେରା,ରଶ୍ମୀରଂଜନ ବେହେରା, ଆଲୋକ ପରିଡ଼ା,ଜଗନ୍ନାଥ ଘିଆ,ତପନ ବାରିକ,ଦେବାଶିଷ ମଲ୍ଲିକ,ସୁଭାଶିଷ ବେହେରା,କାହ୍ନୁ ଚରଣ ପଲେଇ ପ୍ରମୁଖ ଆୟୋଜନ କରିଥିଲେ ।