Screenshot 2024 07 01 091805 750x430

ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ, ୫ ଜଣଙ୍କ ଅବସ୍ଥା ଗୁରୁତର

State

ଭଞ୍ଜନଗର: ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଜଣ ଅସୁସ୍ଥ । ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର । ଅସୁସ୍ଥ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା ଜଣାଯାଇଛି।

ଗ୍ରାମର ଭଜମନ ନାୟକ, କୋରା ନାୟକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ୧୧ ଜଣ ଏହି ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗଞ୍ଜାମ ଜିଲ୍ଲା ସୀମାର ଜହ ରାସ୍ତା ଦେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରବିବାର ସକାଳେ ଜଙ୍ଗଲରୁ ଛତୁ ଆଣି ତରକାରି କରି ସମସ୍ତେ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଗ୍ରାମବାସୀ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଜଙ୍ଗଲରୁ ଆଣିଥିବା ବିଷାକ୍ତ ଛତୁ ଖାଇବା ଦ୍ୱାରା ଏପରି ଘଟିଥିବା ଜଣାପଡ଼ିଛି।