Loka Seva Bhawan

୩ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ

State

ଭୁବନେଶ୍ୱର : ୩ ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ । ଗୃହ ସଚିବ ଅଜୟ କୁମାର ଭାଲ୍ଲାଙ୍କୁ କାର୍ମିକ ଓ ତାଲିମ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି । ସେହିପରି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସଚିବ ସଂଜୀବ ଚେପ୍ରାଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । ସେହିପରି ସଂଖ୍ୟାଲଘୁ ବ୍ୟାପାର ସଚିବ କେ. ଶ୍ରୀନିବାସଙ୍କୁ ଜାତୀୟ ସଂଖ୍ୟାଲଘୁ ଆୟୋଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।