Rwe

ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମାନ ପାଇବେ ପ୍ରିୟଙ୍କା ସିଂହ

Religion and Cult

ଆଗରପଡ଼ା :ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ବିଟିପୁର ଗ୍ରାମର ପ୍ରଦୀପ ସିଂହ ଓ ସସ୍ମିତା ସିଂହଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶନୀ ଜର୍ମାନୀର ଲିଣ୍ଡାଉଠାରେ ଆୟୋଜିତ ହେବାକୁ ଯାଉଥିବା ୭୩ତମ ଲିଣ୍ଡାଉ ନୋବେଲ ବିଜେତା ସମ୍ମିଳନୀରେ ଯୁବ ବୈଜ୍ଞାନିକଭାବେ ସମ୍ମାନୀତ ହେବାକୁ ଯାଉଛନ୍ତି । ସୋମବାର ଦିନ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଜଣାପଡ଼ିଛି । ପ୍ରିୟଙ୍କା ଆଗରପଡ଼ା ପାଇଁ ଆଉ ଏକ ଗୌରବ ଆଣିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଏଠାରେ ପ୍ରକାଶ ଥାଉକି;ପ୍ରିୟଙ୍କା ପଦାର୍ଥ ବିଜ୍ଞାନର ଜଣେ ଗବେଷକ । ସେ ଏଥି ପୂର୍ବରୁ ୨୦୨୩ ମସିହାରେ ଯୁବ ବୈଜ୍ଞାନିକ ଭାବେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି ।