Photo2 For The News Of Bidyakalina Sabha

ଅବସରକାଳୀନ ସମ୍ବର୍ଦ୍ଧନା ସଭା

Religion and Cult

ଆଗରପଡ଼ା :ବନ୍ତ ବ୍ଲକ ଟିଲୋ ଗଡ଼ଚଣ୍ଡି ଉପ୍ରା ବିଦ୍ୟାଳୟ ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଗୋଲାପ ରାଣୀ ରାଉତଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଳକ ଶିକ୍ଷାଧିକାରୀ ମଂଜୁଳାବାଳା ନାୟକ,ପୂର୍ବତନ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅମୂଲ୍ୟ ମିଶ୍ର, ହାଟଡ଼ିହୀ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରୋଦ ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ ପୃଷ୍ଟି,ଶଶୀଶେଖର କରଶର୍ମା,ଅଲେଖ ଚନ୍ଦ୍ର ନାୟକ,ସରପଂଚ ସଂଗ୍ରାମ କେଶରୀ ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋେ ରାଉତ,ସିଆରସିସି ଅଶୋକ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ଶିକ୍ଷକ ସଂଘ ପକ୍ଷରୁ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ,ଆଲମିନି କମିଟି ସଭାପତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୁକାନ୍ତ ବେହେରା ମଂଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅରୁଣ ଜେନା,ଡ଼ମ୍ବରୁଧର ପଢିଆରୀ,ମନୋରମା ମହାନ୍ତି,ଦେବପ୍ରୀୟା ଜେନା,କମିଟିର ନିରଂଜନ ସ।।ମଲ,ରମାକାନ୍ତ ପାଣିଗ୍ରାହୀ,ଦୀପକ ରାଉତ,ଗୌତମ ସ୍ୱାଇଁ,ଗୋବିନ୍ଦ ରାଜ,ପ୍ରଶାନ୍ତ ରାଉତ,ଗଜେନ୍ଦ୍ର ସାହୁ,ଗୌତମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ସରକାରୀ ନେହେରୁ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ଦାସଙ୍କୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

Photo1 For The News Of Bidyakalina Sabha

ଏହି ଉପଲକ୍ଷେ ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଜେନା ସଭାପତିତ୍ୱ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଷ୍ଟା ରାଜ୍ୟ ସମ୍ପାଦିକା ସୁରଜିତା ନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ,ପ୍ରମୋଦ ପଣ୍ଡା,ଭଦ୍ରକ ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରଦୀପ୍ତ ଦାସ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶିଶେଖର କର ଶର୍ମା,ସନ୍ତୋଷ ଜେନା,ବିଦ୍ୟାଳୟ ଆଲୁମିନି କମିଟି ସଭାପତି ନିତ୍ୟାନନ୍ଦ ଜେନା, ପରିଚାଳନା କମିଟି ସଭାପତି ପଂଚାନନ ଦାସ,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ,ସିଆରସିସି ପ୍ରଫୁଲ୍ଲ ଦାସ,ସରପଂଚ ରଶ୍ମିତା ସେଠୀ,ପ୍ରଧାନଶିକ୍ଷୟିତ୍ରୀ ଜେୟୁବି ସେଣ୍ଡତୀରା ଅନନ୍ତ ଚରଣ ନାୟକ,ବନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି, ଟିଲୋ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରୀତାରାଣୀ ଦେ,ଗଣିଜାଙ୍ଗ ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁକାନ୍ତି ବିଶ୍ୱାଳ, ସେବା ସମବାୟ ସମିତି ସଭାପତି ରଂଜନ ସାହୁ,ସମିତିସଭ୍ୟ ମନୋରଂଜନ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ଅଭୟ ପ୍ରଧାନ ଅତିଥି ପରିଚୟ ଓ ମଂଚପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଡ଼ଲିରାଣୀ ଦାସ ମାନପତ୍ର ପଠନ ଓ ମଧୁସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀକାନ୍ତ ପଣ୍ଡା, ନିତୁସ୍ମିତା ଗିରି, ମଧୁସ୍ମିତା ପଣ୍ଡା, ନମିତା ଜେନା,ଶରତ ନାୟକ, ମଧୁସ୍ମିତା ରାଉତ, ବଳରାମ ସେଠୀ, ପ୍ରକାଶ ପରିଡ଼ା, ଗଜେନ୍ଦ୍ର ନାୟକ, ଶୁଭଶ୍ରୀ ବେହେରା, ସଂଯୁକ୍ତା ସାହୁ, ପ୍ରଫୁଲ୍ଲ ନାୟକ, ପ୍ରସନ୍ନ ଜେନା, ଅନାଦି ନାୟକ, ଯୋଗଦିପ୍ତି ନାୟକ, ପ୍ରଶାନ୍ତ ବେହେରା, କଳ୍ପନା ରାଉଳ, କଳ୍ପନା ନାୟକ, ଜଗନ୍ନାଥ ପତି, ନାରାୟଣ ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପଣ୍ଡା, ଅଶୋକ ବାରିକଙ୍କ ସମେତ ଉକ୍ତ କ୍ଳଷ୍ଟର ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ପରିଚାଳନା କମିଟି ସଦସ୍ୟ,ଆଲୁମିନି କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।