Onn 3

ସ୍ତ୍ରୀ କୁ ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime

ବାରିପଦା:  ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟର ମୁରସିବାଦ ଜିଲାର ସାଗରଦିଗି ଥାନା ଅନ୍ତର୍ଗତ କାରାୟିଆ ଗ୍ରାମର ସମ୍ରାଟ ସେକ (୨୫) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ , ଦଫା ୨୦୧ ଅନୁଯାୟୀ ଏକ ଦୁଇ ବର୍ଷ ପାଞ୍ଚ ମାସ ୨୨ ଦିନ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ମାମଲାର ବିବରଣୀ ରୁ ପ୍ରକାଶ ଅଭିଯୁକ୍ତ ସମ୍ରାଟ ସେକ ମୁରସିବାଦ ରୁ ଆସି ଘଟଣା ଘଟିବାର ପାଖାପାଖି ଚାରି ବର୍ଷ ପୂର୍ବରୁ ବାରିପଦା ର ଶୁନଗଡିଆ ଅଞ୍ଚଳରେ ଭଡାରେ ରହି ଠିକାଦାର କାମ କରୁଥିଲା । ସେ ସମୟରେ ଶୁନଗଡିଆ ର ନିଜ ସଂପ୍ରଦାୟର ଅନ୍ୟ ଏକ ଝିଅ ସହିତ ତାର ସଂପର୍କ ଗଢି ଉଠିଥିଲା । ଏବଂ ପରେ ତାକୁ ବାହା ହେବାର ଅଭିଯୁକ୍ତ ପ୍ରସ୍ତାବ ଦେଇଥିଲା । ଏ କଥା ରେ ସଂପୃକ୍ତ ଝିଅ ଘର ମଧ୍ୟ ରାଜି ହୋଇଥିଲେ । ମାତ୍ର ଅଭିଯୁକ୍ତ ବିବାହିତ ବୋଲି ଲୁଚାଇ ଥିଲା । ଏ କଥା ତାର ସ୍ତ୍ରୀ ଚୁମକି ଖାତୁନ ଜାଣିବାକୁ ପାଇ ମୁରସିବାଦ ରୁ ଆସି ବାରିପଦା ରେ ପହଞ୍ଚିଥିଲା । ବାରିପଦାରେ ପହଞ୍ଚି ଶୁନଗଡିଆ ଅଞ୍ଚଳରେ ଥିବା ସେଇ ଝିଅ ଘର କୁ ଯାଇ ସବୁକଥା କହିଥିଲା । ଅଭିଯୁକ୍ତ ତାର ସ୍ତ୍ରୀ କୁ ରାଗିଯାଇ ସେହି ଝିଅ ଘର ର ପରିବାର ସଦସ୍ୟ ଙ୍କ ସମ୍ମୁଖରେ ପିଟାମରା କରିଥିଲା । ତାର ସ୍ତ୍ରୀ ଚୁମକି ଖାତୁନ ଏହି ଘଟଣା କୁ ନେଇ ବାରିପଦା ଥାନାର ଦ୍ୱାରସ୍ଥ ହୋଇଥିଲା । ମାତ୍ର ଥାନାରେ ଉଭୟ ଙ୍କ ମଧ୍ୟରେ ସମାଧାନ ହୋଇ ଘରକୁ ଫେରିବାର ଯୋଜନା କରିଥିଲେ । ଯୋଜନା ଅନୁଯାୟୀ ୫-୬-୨୦୨୧ ରିଖ ଦିନ ଉଭୟ ମୁରସିଦାବାଦ କୁ ଫେରୁଥିବା ସମୟରେ ରାସ୍ତାରେ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅଭିଯୁକ୍ତ ସ୍ତ୍ରୀ ଚୁମକି ଖାତୁନ କୁ ନିର୍ଘାତ ପିଟିବା ପରେ ତାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ପରେ ତାକୁ ସେହି ସ୍ଥାନରେ ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୨୨ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।