Onn 3

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ସତର ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime

ବାରିପଦା: ତା- ୨୪-୬ – ୨୦୨୨ ଜୁନ ୧୫ ତାରିଖରେ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ୍ (ପ୍ରଥମ) ତଥା ପ୍ରଜାଇଡିଂ ଅଫିସର ଚିଲେଡ୍ରନ କୋର୍ଟ ବାରିପଦା ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉପରବେଡା ଗ୍ରାମର ରଣଜିତ ସୋରେନ (୧୯) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୧) ଆଇପିସି ଅନୁଯାୟୀ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା ୪ ଅଫ ପୋକ୍ସୋ ଆକ୍ଟ ଅନୁଯାୟୀ ସାତ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇ ରାୟରେ ଉଲେଖ କରାଯାଇଅଛି । ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପିଡୀତା କୁ ପୈଠ କରିବା ପାଇଁ ମଧ୍ୟ ରାୟରେ ଉଲେଖ କରାଯାଇଅଛି । ପିଡିତା ର ପିତା ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କର ଚାରି ବର୍ଷ ର ନାବଳିକା ଝିଅ ରଜ ସଂଙ୍କ୍ରାନ୍ତି ଦିନ ତାଙ୍କ ଘର ସମ୍ମୁଖରେ ଖେଳୁଥିବା ସମୟରେ ଅଭିଯୁକ୍ତ ରଣଜିତ ସୋରେନ ତାକୁ ଡାକିନେଇ ଏକ ପାଖ ପଡିଆରେ ତା ସହିତ ଦୁଷ୍କର୍ମ କରିଥିଲା ।

ଝିଅ କୁ ଖୋଜିବା ସମୟରେ ତାଙ୍କ ପରିବାରବର୍ଗ ଦେଖିବାକୁ ପାଇଲେ ଅଭିଯୁକ୍ତ ସହିତ ତାଙ୍କ ଝିଅ ଆସୁଅଛି । ପଚାରିବାରୁ ଅଭିଯୁକ୍ତ କହିଲା ସିଏ ଝିଅ ସହିତ ଥିଲା । ତାର ମୋବାଇଲ ଫୋନ ଆସିବାରୁ ସିଏ କଥା ହେବା ପାଇଁ ପଡିଆପଟେ ପଳାଇଥିଲା । ତହିଁ ପରଦିନ ଝିଅ ର କଷ୍ଟ ଅନୁଭବ ହେବାରୁ ତାକୁ ପଚାରିବାରୁ ସିଏ ତା ସହିତ ହୋଇଥିବା ଘଟଣା ସପର୍କରେ ସବୁକଥା ପରିବାରବର୍ଗ କୁ ଜଣାଇଥିଲା । ଏ ବାବଦରେ ଝାରପୋଖରିଆ ଥାନାରେ କେସ ନମ୍ବର ୧୪୦/୨୦୨୨ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୪ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ସ୍ୱତନ୍ତ୍ର ଆଇନଜିବୀ କୃଷ୍ନଚନ୍ଦ୍ର ଦାଶ ପରିଚାଳନା କରୁଥିଲେ ।