Photo For The News Of Medical

ONN ପ୍ରଭାବ; ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ, ଖବର ପ୍ରକାଶ ପରେ ବିଭାଗୀୟ ତତ୍ପରତା

State

ଆଗରପଡ଼ା :ଗତ ୨୦ ତାରିଖ ଗୁରୁବାର “ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର; ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା, ଜିଳ୍ଲାପାଳକଙ୍କୁ ଅଭିଯୋଗ”ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସି ଭିତ୍ତିଭୂମି ନିର୍ମାଣରେ ଦେଖାଯାଇଥିବା ଅନିୟମିତତାର ତଦାରଖ କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ପନକ୍ଷେପ ନେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମିର ବିକାଶ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଉକ୍ତ ଅର୍ଥରେ ଇତି ମଧ୍ୟରେ ଭିତ୍ତିଭୂମିର ଉନ୍ନତି କରାଯାଉଛି । ଉକ୍ତ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ପୁରାତନ ହୋଇଥିବାରୁ ତାର ପରିସରରେ ଅନେକ କୋଠାଘର ସହିତ ବହୁ ଆସବାବପତ୍ର ମଧ୍ୟ ଥିଲା । କିନ୍ତୁ ନିର୍ମାଣ ଆଳରେ ସମସ୍ତ କୋଠାଘରକୁ ଭାଙ୍ଗି ଦିଆଯିବା ସହ ନୂତନ ଭାବେ ନିର୍ମିତ ବ୍ଳକ ବ୍ୟାଙ୍କ ଗୃହକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଏବଂ ଏହି ସବୁ ଘରୁ ବାହାରିଥିବା ପୁରୁଣା ରଡ଼,ଭଙ୍ଗା ଇଟା ଏବଂ ଆସବାବପତ୍ର କେଉଁ ଆନେ ଗଲା ତାହାର କୌଣସି ଖବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ପାଖରେ ନାହିଁ ।

ବିନା ସୂଚନା ଫଳକରେ କାର୍ଯ୍ୟ ଚାଲୁଥିବାରୁ ନିର୍ମାଣ କାର୍ଯ୍ୟ ମନମାନରେ ଚାଲିବା ସହିତ ନିମ୍ନମାନର କଂଚାମାଲ ବ୍ୟବହାର କରାଯାଉଥିବାରୁ ନିର୍ମାଣାଧିନ ଘର ଗୁଡ଼ିକର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବେସ ପଏଣ୍ଟରେ ହେଉଥିବା କାମରେ ସାରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଅନୁସାରେ ବାଲି ,ଚିସ୍ପ,ସିମେଣ୍ଟ ଓ ରଡ଼ ଆଦି ବ୍ୟବହାର କରାଯାଉନଥିବା ଏବଂ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ବାଲିରେ ପୋତା ଯିବାର ନିୟମ ଥିବା ବେଳେ ମାଟିରେ ପୋତାଯାଉଥିବାରୁ ଗୋଠାଘରର ସ୍ୱାଇତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇ ତାଉପରେ କାର୍ଯ୍ୟ ହେଉଥିବା ବେଳେ ଜମି ମାଲିକକୁ ଏପର୍ଯ୍ୟନ୍ତ ତାର ପ୍ରାପ୍ୟ ପ୍ରଦାନ କରାନଯିବା । ବିନା ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତି ଅଧିଆ କାର୍ଯ୍ୟ କରିବା ଏବଂ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣ କାର୍ଯ୍ୟ କରିବା ଆଦିକୁ ନେଇ ଅଭିଯୋଗ ପତ୍ରରେ ଦର୍ଶା ଯାଇଥିବା ଜଣାପଡ଼ିଥିଲା । ତତ୍ ସହିତ ଉକ୍ତ ଅଭିଯୋଗର ତଦନ୍ତ କରାଯାଇ ନୂଆ ଠିକାଦାର ନିଯୁକ୍ତି ଦେବା ସହ ଉନ୍ନତ ମାନର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ ମଧ୍ୟ କରାଯାଇଥିଲା । ଉକ୍ତ ଅଭିଯୋଗର ଏକକିତା ନକଲ ବିଭାଗୀୟ ମନ୍ତ୍‌ୀ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖକୁ ପଠ।।ଯାଇଥିବା ଜଣାପଡ଼ିିଥିଲା । ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଇତି ମଧ୍ୟରେ କାର୍ଯ୍ୟସ୍ଥଳୀ ନିକଟରେ ସୂଚନା ଫଳକ ସ୍ଥାପିତ ହୋଇଥିବା ବେଳେ ଯେଉଁ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ଗୃହ ନିର୍ମାଣ ହେଉଛି ତାଙ୍କୁ ତାଙ୍କ ପ୍ରାପ୍ୟ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନ୍ମଜୟ ଜେନା ପ୍ରକାଶ କରିଛନ୍ତି । ତ୍ତ ସହିତ ମଙ୍ଗଳବାର ଠାରୁ ଅଟକିଥିବା ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବାର ସୂଚନା ଅଧିକାରୀମାନେ ପ୍ରଦାନ କରିଥିଲେ ।

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭିତ୍ତିଭୂମି ନିର୍ମାଣରେ ଅନିୟମିତତାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ