Onn 3

କଟକ ଏସସିବିରୁ ଶାଢି ପିନ୍ଧି ବିଚାରାଧିନ କଏଦୀ ଚମ୍ପଟ

Crime State

କଟକ : କଟକ ଏସସିବିରୁ ଶାଢି ପିନ୍ଧି ଚମ୍ପଟ ମାରିଲା ବିଚାରାଧିନ କଏଦୀ । ବାଥ ରୁମ ଯିବା ବାହାନାରେ ଛୁ ମାରିଲା । ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ । ଚମ୍‌ମ୍ପଟ ମାରିଥିବା ବିଚାରଧୀନ କଏଦୀ ହେଲେ ଜଗତସିଂପୁର ନାଉଗାଁର ସଜନ ଦାସ । ଏକ ଚୋରି ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା ।

ଗତ ୨୬ ତାରିଖରେ ଅସୁସ୍ଥତା କାରଣରୁ ତାକୁ SCB ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଓଲଡ ମେଡିସିନ ଓ୍ଵାର୍ଡର ଚିକିତ୍ସିତ ହେଉଥିଲା । ୬ ଜଣ ଓ୍ଵାର୍ଡର ଜଗିବାକୁ ନିୟୋଜିତ ହୋଇଥିଲେ । ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିଛି ସଜ୍ଜନ । ଶାଢୀ ପିନ୍ଧି ଅତି ସହଜରେ ସେ ହସ୍ପିଟାଲରୁ ଖସିପଳାଇଛି । ସଜନକୁ ଧରିବାକୁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଗତକାଲି ଜଗତସିଂହପୁର ଓ ନିଆଳିର କିଛି ସ୍ଥାନରେ ଚଡାଉ କରିଥିଲା ।