Onn 3

ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା

Crime State

ପାରାଦୀପ: ପାରାଦୀପରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ପାରାଦୀପ ଆଦର୍ଶଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଏକ ପିଣ୍ଡିରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଲେ ବଡ଼ ପଡିଆ ରେବିକା ହୋଟେଲ କର୍ମଚାରୀ ଟୁଲୁ । ତାଙ୍କ ଘର କେନ୍ଦ୍ରାପଡାରେ ବୋଲି ଜଣା ପଡିଛି । କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଅଧିକ ଖୋଳତାଡ କରୁଛନ୍ତି ପାରାଦୀପ ଆଦର୍ଶ ଥାନା ପୋଲିସ ।