Photo2 For The News Of Debasnana Purnima

ଆଗରପଡ଼ାରେ ଦେବସ୍ନାନ ପୂର୍ଣ୍ଣିମା

Religion and Cult

ଆଗରପଡ଼ା :ଜିଲ୍ଲାର ଅନ୍ୟତମ ପୁରାତନ ତଥା ପ୍ରମୁଖ ଆଗରପଡ଼ା ଜଗନ୍ନାଥ ମନ୍ଦିରରେ ଦିବସବ୍ୟାପି ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରର ତତ୍ତ୍ୱାବଧାରକ ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଛେରାପହଁରା କରି ଶ୍ରୀଜିଉମାନଙ୍କୁ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ପାଛୋଟି ଆଣିଥିଲେ । ଶ୍ରୀଜିଉମାନେ ପହଣ୍ଡିରେ ଆସିବା ବେଳେ ଭକ୍ତଙ୍କ ହରିବୋଲ,ଜୟ ଜଗନ୍ନାଥ ଧୂନୀ ସହ ପଣ୍ଡିତ ଓ ବ୍ରାହ୍ମଣଙ୍କ ଗୁରୁଗମ୍ଭିର ମନ୍ତ୍ରୋଚ୍ଚାରଣ ମନ୍ଦିର ମଧ୍ୟରେ ଅପୂର୍ବ ଧାର୍ମିକ ଭାବନା ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Photo1 For The News Of Debasnana Purnima