ବାରିପଦା – ପ୍ରାପ୍ତ ତଥ୍ୟ ଅନୁଯାୟୀ ଅଭିଯୋଗକାରୀ ମୟୁରଭଞ୍ଜ ଜିଲ୍ଲା ସାରସକଣା ଅଞ୍ଚଳର କମଲ ଲୋଚନ ସାହୁ ତାଙ୍କର ଏକ ମ୍ୟୁଟେସନ କେସ ନମ୍ବର 50/15 ର ଏନକୁଆରୀ ରିପୋର୍ଟ ଦେବା ପାଇଁ ଆର ଆଇ ଅନିମା ଘୋଷ ପ୍ରଥମେ 15 ହଜାର ଏବଂ ପରେ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଚ ଟଙ୍କା ନଦେଲେ ଇନକୁଆରୀ ରିପୋର୍ଟ ଦେବାକୁ ମନାକରିଥିଲେ l ଏ ସଂକ୍ରାନ୍ତରେ ଅଭିଯୋଗକାରୀ ବାଲେଶ୍ବର ଭିଜିଲାନ୍ସ ଏସ ପି ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ l ଏ ବାବଦରେ ବାଲେଶ୍ୱର ଭିଜିଲାନ୍ସ କେସ ନମ୍ବର 28/22.5.2016 ରେ ଏକ ମାମଲା ରୁଜୁ ହୋଇଥିଲା l 23.5.2016 ରେ ଆର ଆଇ ନିଜ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ରଙ୍ଗେ ହାତରେ ଧରାପଡିଥିଲେ l ଆଜି ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ବାରିପଦା ଭିଜିଲାନ୍ସ କୋର୍ଟ ପକ୍ଷରୁ ଅଭିଯୁକ୍ତ ଆର ଆଇ ଅନିମା ଘୋଷ ଙ୍କୁ ନିର୍ଦୋଷରେ ଖଲାସ କରିବା ପାଇଁ ଆଦେଶ ପ୍ରଦାନ କରାଯାଇଅଛି l ଅଭିଯୁକ୍ତ ଙ୍କ ପକ୍ଷରୁ ଓକିଲ କୌଳାସ ଚନ୍ଦ୍ର ସ ଏବଂ ଅରବିନ୍ଦ ବାରିକ ମାମଲା ପରିଚାଳନା କରୁଥିଲେ l
