Photo For The News Of Surendra

ଚିକିତ୍ସାରେ ଅର୍ଥ ବାଧକ

State

ଆଗରପଡ଼ା :ଦିନ ଥିଲା ରାଜମିସ୍ତ୍ରୀ କାମକରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ସମୟଚକ୍ରରେ ଆଜି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଉତ୍ତମ ଚିକିତ୍ସାକୁ ଚାହିଁ ବସିଛନ୍ତି ସେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କମୁହାଜିବ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ । ସୂଚନା ଅନୁଯାୟୀ;୨୦୨୦ ମସିହାରେ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ି ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ ସୁରେନ୍ଦ୍ର କିନ୍ତୁ ପରେ ଘରୋଇ ଚିକିତ୍ସାରେ ରହି ତାଙ୍କ ରାଜମିସ୍ତ୍ରୀ କାମ କରି ଆସୁଥିଲେ ସେ । ୨୦୨୩ ମସିହରେ ମଙ୍ଗୁଲି ଗ୍ରାମରେ କାମ କରୁଥିବା ସମୟରେ ସେ ଅସୁସ୍ଥତା ଅନୁଭବ କଲେ । ପରିବାର ଲୋକେ ଅସୁସ୍ଥତାକୁ ଦେଖି ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଓ ପରେ କଳିଙ୍ଗ ହସ୍ପିଟାଲ ନେଇଥିଲେ । ସେଠାରେ ଚିକିତ୍ସିତ ହେବାପରେ ପରୀକ୍ଷା ନିରୀକ୍ଷା ପରେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାର ଡ଼ାକ୍ତର କହିଥିଲେ । ଏହି ଚିକିତ୍ସା ଅର୍ଥ ବହୁଳ ଚିକିତ୍ସା ହୋଇଥିବାରୁ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ଲୋକେ ସରକାରୀ ସହାୟତା ଲୋଡ଼ିବା ସହ ବଦାନ୍ୟ ବ୍ୟକ୍ତି କିମ୍ବା କୌଣସି ବେସରକାରୀ ସଂସ୍ଥା ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି ।