Acc

ଟ୍ରକ-ବାଇକ୍ ମୁହାଁମୁହିଁ, ଜଣେ ଗୁରୁତର

State

ଆଗରପଡ଼ା :ଆଗରପଡ଼ାସ୍ଥ ଲକ୍ଷ୍ମୀବଜାରରେ ଏକ ଚିପ୍ସ ବୋଝେଇ ଟ୍ରକ୍ ସହ ବାଇକ୍ ମୁହାଁମୁହିଁ ହେବାରୁ ବାଇକ୍ ଚାଳକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଓଡ଼ି-୨୨ଏଲ୍‌-୭୨୧୧ ନଂ ବିଶିଷ୍ଟ ଏକ ଚିପ୍ସ ବୋଝେଇ ୬ଚକିଆ ଟ୍ରକ ସହ ବାଇକ ମୁହାଁ ମୁହିଁ ହେବା ଫଳରେ ବାଇକ ଚାଳକ କିଛି ଦୂରକୁ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଲୋକେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ ପୋଲିସ ଜବତ କରିଛି ।