Img 20250429 wa0207

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ  କମିଟି ବୈଠକ ଅନୁଷ୍ଠିତ

State
  • ୨୦୨୪-୨୫ଖରିଫ ବର୍ଷ ପାଇଁ ମୟୁରଭଞ୍ଜ ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ  ଚଳିତ ବର୍ଷ  ମଇ ମାସ ୨୧ତାରିଖ ରୁ ଆରମ୍ଭ ହେବ
ବାରିପଦା : ତା ୨୯-୦୪- ଆଜି ପୂର୍ବାହ୍ନରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମୟୁରଭଞ୍ଜ ଜିଲ୍ଲା ରେ ଚଳିତ ୨୦୨୪-୨୫ ବର୍ଷ ପାଇଁ ଚାଷୀମାନଙ୍କ ଠାରୁ ରବି ଋତୁ  ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ  ଧାନ ସଂଗ୍ରହ କମିଟି ବୈଠକ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |
ଅନୁଷ୍ଠିତ ଉକ୍ତ ବୈଠକରେ  ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, ବାରିପଦା ଉପ-ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୋଦ କିଶାନ, ଡି ଆର ସି ଏସ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ, ସାଂସଦଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ କବି ବିଷ୍ଣୁ ଶତପଥି, ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କାନ୍ଦ୍ରା ସୋରେନ ଓ ବାଙ୍ଗରିପୋଷୀ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର କଲିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା  କୃଷି ଅଧିକାରୀ ଶ୍ରୀମତୀ ମଧୁସ୍ମିତା ଜେନା, ଅନ୍ୟାନ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଳାର ମିଲର, ଚାଷୀ ଓ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଚଳିତ ୨୦୨୪-୨୫ ରବି ଋତୁ ରେ ଜିଲ୍ଲlରେ ବାର୍ତମାନ ପଞ୍ଜିକୃତ ହୋଇଥିବା  ଚାଷୀଙ୍କ ଠାରୁ ରବି ଧାନ ସଂଗ୍ରହ /କ୍ରୟ ନିମନ୍ତେ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶlବଳୀ ଅନୁସାରେ ବିସ୍ତୃତ ଆଲୋଚନା କରିଥିଲେ. ଜିଲ୍ଲା ରେ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ଜିଲ୍ଲା ଯୋଗାଣ/ଆର.ଏମ.ସି. ଏବଂ ଡି ଆର ସି ଏସ ବିଭାଗ ମିଳିତ ତତ୍ୱାବଧାନ ଚାଷୀ ମାନଙ୍କ ସୁବିଧା ପାଇଁ ରେ ୨୪ଟି ଲ୍ୟାମ୍ପ ଓ ୨୫ ଟି ଧାନ ସଂଗ୍ରହ କେନ୍ଦ୍ର ରେ ଚଳିତ ବର୍ଷ ମଇ ମାସ ୨୧ ତାରିଖ ରୁ ରବି ଧାନ ସଂଗ୍ରହ ଓ କ୍ରୟ ପାଇଁ ନିଷ୍ପତି ନିଆ ଯାଇଛି |
 ବର୍ତମାନ ସୁଦ୍ଧା ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାରେ ୩୮୩୪ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି. ଚଳିତ ବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥାକ୍ରମେ FAQ ସାଧାରଣ ମାନ ଧାନ ର ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ଟ.୨୩୦୦/- ସହିତ ଟ. ୮୦୦/- ଇନପୁଟ ସହାୟତା ରାଶି ଏବଂ FAQ ଗ୍ରେଡ଼ A ମାନ ଧାନର ମୂଲ୍ୟ ଟ.୨୩୨୦/-ଧାର୍ଯ୍ୟ କରାଯାଇଛି. ଧାନ ବିକ୍ରୟ ପାଇଁ ଚାଷୀମାନେ ପଞ୍ଜିକୃତ କରିଥିବା ନିଜର ପରିଚୟ ପତ୍ର ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି. ଚାଷୀ ମାନଙ୍କ ପାଖକୁ ଧାନ ବିକ୍ରୟ ପାଇଁ ଯେଉଁ ତାରିଖ ର ଟୋକନ ମେସେଜ ଯାଇଥିବ କେବଳ ସେହି ଚାଷୀ ମାନେ ହିଁ ଉକ୍ତ ଧାର୍ଯ୍ୟ ତାରିଖ ରେ ଧାନ ବିକ୍ରୟ କରିପାରିବେ. ବିକ୍ରୟ ଧାନର ସହାୟକ ମୂଲ୍ୟ ଚାଷୀଙ୍କ ପଞ୍ଜିକୃତ ବ୍ୟାଙ୍କ ପାସ ବହି ରେ ୨୪ ରୁ ୪୮ଘଣ୍ଟା ମାଧ୍ୟମରେ ଅନଲାଇନ ଜରିଆରେ ପ୍ରଦାନ କରାଯିବ. ଏଥିପାଇଁ ନିର୍ଦ୍ଧାରିତ ଥିବା ନିୟମ କୁ କଡାକଡ଼ି ଭାବେ କାର୍ଯ୍ୟକାରୀ ହେବା ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ  ସୟ ଗୁରୁତ୍ୱlରୋପ କରିବା ସହିତ ଚାଷୀ ମାନଙ୍କ ଆପତ୍ତି ଅଭିଯୋଗ ଉପରେ ଦୃଷ୍ଟିପାତ କରି ତ୍ୱରିତ ସମାଧାନ କରି ଧାନ ସଂଗ୍ରହ କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି |
 ସେହିପରି ଚାଷୀ ମାନଙ୍କୁ ଉତ୍ସାହିତ କରିବା ପାଇଁ  ସେମାନଙ୍କ ପ୍ରତି କୋହଳ ମନଭାବ ପ୍ରଦର୍ଶନ ପୂର୍ବକ କଟନୀ ଛଟନୀ ନକରିବାକୁ ମିଲର ମାନଙ୍କୁ ପରାମର୍ଶ ଦେଇଥିଲେ।
 ନିର୍ଧାରିତ ଥିବା ସମସ୍ତ ଧାନ କ୍ରୟ କେନ୍ଦ୍ର (ମଣ୍ଡି ) ର ସୁପରିଚାଳନା ପାଇଁ ଜିଲ୍ଲା /ଉପଖଣ୍ଡ ସ୍ତରୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ତତ୍ୱାବଧାନ ରେ ଜିଲ୍ଲା ଯୋଗାଣ ବିଭାଗ /ଡି ଆର ସି ଏସ /ଆର ଏମ ସି /ଲ୍ୟାମ୍ପ /ବିଭାଗୀୟ କ୍ଷେତ୍ର ଅଧିକାରୀ ମାନେ ପରସ୍ପର ସମନ୍ୱୟ ରକ୍ଷା କରି ନିୟମିତ ତଦାରଖ କରି ଧାନ ସଂଗ୍ରହ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି. ମଣ୍ଡି ରେ ଧାନ କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ ରଖିବା ସହିତ ଧାନ ର ମାନ ଓ ଗୁଣବତ୍ତା ପରୀକ୍ଷା କରିବା ପାଇଁ ଉଦିଷ୍ଟ ଯନ୍ତ୍ରପାତି ରଖିବା ପାଇଁ ପରାମର୍ଶ ଦିଆଯାଇଛି. ଏତଦ ବ୍ୟତୀତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଧାନ କ୍ରୟ କେନ୍ଦ୍ର ମାନଙ୍କ ରେ ଚାଷୀ ମାନଙ୍କ ସୁବିଧା ପାଇଁ ସେଡ, ପାନୀୟ ଜଳ, ଫାଷ୍ଟ -ଏଡ଼ ଇତ୍ୟାଦି ର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦିଆଯାଇଛି. ସେହିପରି ମିଲର ମାନଙ୍କୁ ସଂଗ୍ରହ ହୋଇଥିବା ଧାନ କୁ ୨୪ ଘଣ୍ଟା ମଧ୍ୟରେ ଉଠାଇ ନେବା ପାଇଁ ପରାମର୍ଶ ଦିଆଯାଇଛି |