Photo2 For The News Of Raja

ଆଗରପଡ଼ା ରଜମହୋତ୍ସବର ୩ୟ ସଂଧ୍ୟା

State

ଆଗରପଡ଼ା :ସ୍ଥାନୀୟ ଆଗରପଡ଼ା ଟିକିରା ବରଗଛ ପଡ଼ିଆ ଓ ପୁରୁଷଣ୍ଢ ରାମଗଡ଼ପଦା ପଡ଼ିଆରେ ରଜ ମହୋତ୍ସବ ତୃତୀୟ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗୀତା ସହ ସଭା ସମିତିମାନ ଅନୁଷ୍ଠିତ ହୋଇଯାଇଛି । ଟିକିରାରେ ମହୋତ୍ସବ କମିଟି ସଭାପତି ମନ୍ମଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଗୋପିନାଥପୁର ସରପଂଜ ରବିନାରାୟଣ ମହାନ୍ତି, ସତ୍ୟବାନ ଦାସ, ସାମ୍ବାଦିକ ବିଶ୍ୱରଂଜନ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ପୁରୁଷଣ୍ଢରେ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ବ୍ଲକସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବସଭାପତି ସତ୍ୟସାଧନ ବେଜ, ସମିତିସଭ୍ୟା ସୁଶୀଳା ଜେନା, ସରପଂଚ ପ୍ରକାଶ ବିଶ୍ୱାଳ, କମିଟି ସଭାପତି ପରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।