Fwer

କ୍ରୀଡ଼ାବିତ୍ ହମିଦଙ୍କ ହେଦାନ୍ତ

State

ଆଗରପଡ଼ା :ସ୍ଥାନୀୟ ଆଗରପଡ଼ା ଅଂଚଳର ଜଣାଶୁଣା କ୍ରୀଡ଼ାବିତ୍ ଶେଖ୍ ଅବଦୁଲ ହମିଦଙ୍କ ୬୪ ବର୍ଷ ବୟସରେ ହେଦାନ୍ତ ଘଟିଛି । ସୋମବାର ପବିତ୍ର ଇଦ୍‌ଉଲ୍‌ଜୁହା ପର୍ବରେ ସମସ୍ତେ ଆନନ୍ଦ ମନାଉବାରେ ବ୍ୟସ୍ତ ଥିବା ବେଳେ ଡଠାତ୍ ହମିଦ୍‌ଙ୍କ ପରି ଜଣେ ଜଣାଶୁଣା କ୍ରୀଡ଼ାବିତ୍‌ଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ଦେଇଛି । ସେ କିଛି ଦିନ ହେଲା ଅସୁସ୍ଥ ହୋଇପଡ଼ି ଘରେ ଚିକିସ ିତ ହେଉଥିଲେ । ଦେହାନ୍ତ ବେଳକୁ ତାଙ୍କ ନିକଟରେ ପତ୍ନୀ, ୨ ଝିଅ ଓ ପୁଅଙ୍କ ସମେତ ଅନ୍ୟାନ୍ୟ ଜ୍ଞାତିକୁଟଚମ୍ବମାନେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ କବର ଦିଆଯାଇଥିଲା । ତାଙ୍କର ଦେହାନ୍ତ ଖବର ପାଇ ଚାରିଘରିଆ ବାସଭବନକୁ ଯାଇ କ୍ରୀଡ଼ାବିତ ବିଜୟ ମହାନ୍ତି, ସାମ୍ବାଦିକ ଅକ୍ଷୟ ସିଂହ, ବିନୋଦ ଧଳସାମନ୍ତ, ମନୋଜ ବେହେରା, ବାବୁନି ମହାନ୍ତି, ରାଜୁ ଦାସ, ଶେଖ ସଲିମ୍‌, ମୁନ୍ନା ଖାଁ, ଶେଖ ଜମୀର ହୁସେନ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ହମିଦ୍ ଆଗରପଡ଼ା ୟୁଥ୍ କ୍ଲବ ପକ୍ଷରୁ କ୍ରିକେଟ, ଫୁଟବଲ ଓ ଭଲିବଲ ଖେଳାଳୀ ଭାବେ ନିଜର ପାରଙ୍ଗମତା ପ୍ରଦର୍ଶନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ବିଶିଷ୍ଟ କ୍ରୀଡ଼ାବିତ ବାବୁଲି ରାଉତ, ରଣେନ୍ଦ୍ର ପ୍ରତାପ ମହାନ୍ତି, ରବି ପୁହାଣ, ଦିଲ୍ଲୀପ ଦାସ, ଭଗବାନ ସାହୁ, ଶେଖ ମହମ୍ମଦ ଅଲ୍ଲୀ, ଶେଖ ସେର ଅଲ୍ଲୀ, ରମା ମହାନ୍ତି ପ୍ରମୁଖ ହମିଦ୍‌ଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକଟ କରିଛନ୍ତି । ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।