2024 07 12 22 18 11 669

ଟ୍ରାକ୍ଟର ଦୁର୍ଘଟଣାରେ ଚାଷୀ ଙ୍କ ମୃତ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅଂଚଳର ତିରିଂ ପଞ୍ଚାୟତର କୁସୁମବନ୍ଦି ଗ୍ରାମର ଜନୈକ ଚାଷୀ ଆଜି ଅପରାହ୍ନ ୨ ଟା ପାଖାପାଖି ସମୟରେ ଟ୍ରାକ୍ଟରରେ ନିଜ ବିଲରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ଟ୍ରାକ୍ଟର ଟି ଚାଳକ ତଥା ନିଜେ ଚାଷୀ ଉପରେ ଚାପି ହୋଇଯାଇଥିଲା ।

ଘଟଣାସ୍ଥଳରେ ଚାଷୀ ଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ମୃତକ ହେଉଛନ୍ତି କୁସୁମଵନ୍ଦି ଗ୍ରାମର କାହ୍ନୁ ମାଝୀ(୫୯) ।ସେ ଜଣେ ସଫଳ ଚାଷୀ , ମିଷ୍ଟଭାଷୀ ଲୋକ ଥଲେ ।ତାଙ୍କ ମୃତ୍ୟୁରେ ଗାଁ ରେ ଶୋକରେ ଛାୟା ଖେଳି ଯାଇଛି ।ତିରିଂ ପୋ


ଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ଆସନ୍ତାକାଲି ଶନିବାର ଶବ ବ୍ୟବଚ୍ଛେଦ ହେବ ।