P

ନିଖୋଜ ମାନସିକ ରୋଗଗ୍ରସ୍ତ ଯୁବକ ଘରକୁ ଫେରିଲେ : ଚେନ୍ନାଇସ୍ଥିତ ଉଦାଭମ୍ କାରାଙ୍ଗଲ ସଂସ୍ଥାର କାର୍ଯ୍ୟ ପ୍ରଶଂସନୀୟ

State

ଭୁବନେଶ୍ବର : ଚେନ୍ନାଇର ଏକ ସ୍ବେଚ୍ଛାସେବୀ ସଂଗଠନ ଓଡ଼ିଶାର ଜଣେ ମାନସିକ ରୋଗୀଙ୍କୁ ରେଳଷ୍ଟେସନରୁ ଉଦ୍ଧାର କରି ତାଙ୍କର ସେବାଯତ୍ନକରି ତାକୁ ଓଡ଼ିଶାରେ ଥିବା ତାଙ୍କର ପରିବାରକୁ ହସ୍ତାନ୍ତର କରି ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି |

ସୂଚନା ଅନୁଯାୟୀ ଗତ ଫେବୃଆରୀମାସ ୨୯ ତାରିଖରେ ଚେନ୍ନାଇ ତାମିଲନାଡୁର ଏରାମୋର ରେଳ ଷ୍ଟେସନରେ ପାଗଳ ଭଳି ବୁଲୁଥିବା ଜଣେ ଯୁବକକୁ ଉଦାଭମ୍ କାରାଙ୍ଗଲ ନାମକ ଏକ ଏନଜିଓର ଜାକୋବ ନାମକ ଜଣେ ସ୍ବେଛାସେବୀ ଉଦ୍ଧାର କରି ମାନସିକ ସେବାକେନ୍ଦ୍ରକୁ ନେଇଥିଲେ | ସେହି ଯୁବକଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ମାନସିକ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଇଥିଲେ | ଏହି କେନ୍ଦ୍ରରେ ଆହୁରି ଅନେକ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି |

ଏହି କେନ୍ଦ୍ରରେ ଦୀର୍ଘ ଚାରିମାସ ଚିକିତ୍ସା ହେବା ପରେ ରୋଗୀଠାରୁ ତାଙ୍କର ଓଡ଼ିଶାସ୍ଥିତ ପରିବାରଙ୍କ ଠିକଣା ପାଇ ଯୋଗାଯୋଗ କରିଥିଲେ | ଏହି ମାନସିକ ରୋଗୀଙ୍କ ନାମ ହେଉଛି ଉପେନ୍ଦ୍ର କାଡ୍ରାକା | ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗୋଲମୁଣ୍ଡାର ବାସିନ୍ଦା | ଉପେନ୍ଦ୍ରଙ୍କ ବଡ଼ଭାଇ ରାଜେନ୍ଦ୍ର କାଡ୍ରାକା ଙ୍କ କହିବା ଅନୁଯାୟୀ ଉପେନ୍ଦ୍ର ଦୀର୍ଘ ୪ ବର୍ଷ ହେବ ବାହାରକୁ କାର୍ଯ୍ୟ ଅନ୍ବେଷଣରେ ଯାଇ ଫେରିନଥିଲା | ଆମେ ତାକୁ ଖୋଜାଖୋଜି କରି ପାଇ ନଥିଲୁ | ଚେନ୍ନାଇସ୍ଥିତ ଉଦାଭମ୍ କାରାଙ୍ଗଲ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆମକୁ ଯୋଗାଯୋଗ କରାଯିବାରୁ ଆମ ଉପେନ୍ଦ୍ରର ସନ୍ଧାନ ପାଇଲୁ | ସେ ଏହି ସଂସ୍ଥାର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ଭାଇକୁ ପୁର୍ନଜୀବନ ଥିବାର ତାଙ୍କ ଭାଇ ଓ ମାଆ ବହୁତ ଖୁସି ଅଛନ୍ତି | ଉପେନ୍ଦ୍ର ସଂପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହିଁ ଏବଂ ଆହୁରି କିଛିଦିନ ଚିକିତ୍ସାରେ ରହିବ ବୋଲି ବଡ଼ଭାଇ ରାଜେନ୍ଦ୍ର ଆମର ପ୍ରତିନିଧିଙ୍କୁ ଜଣାଇଛନ୍ତି |