Img 20240614 Wa0196

ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ଲୋକକଳା ଦିବସ ପାଳିତ 

State
କଳାକାର ମାନେ ସମୃଦ୍ଧ ହେଲେ ଯାଇ କଳା ସଂସ୍କୃତିର ସୁରକ୍ଷା ସମ୍ଭବ 
ବାରିପଦା : ଆଜି ଲୋକ କଳା ଦିବସ ଉପଲକ୍ଷେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ତରଫରୁ ଜିଲ୍ଲା ସଂଯୋଜକ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଲୋକ କଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସାରସଣା ବ୍ଲକ ଅନ୍ତର୍ଗତ ଭୁରୁଷଣୀ ଗ୍ରାମପଞ୍ଚାୟତ ଠାରେ ବ୍ଲକ ସଂଯୋଜକ କ୍ଷୀରୋଦ ଚନ୍ଦ୍ର ଦାସ, ରାଜୀବ ଲୋଚନ ମହାନ୍ତ, ଏବଂ ଭୁରୁଷାଣି ଗ୍ରାମ ପଞ୍ଚାୟତ ସଂଯୋଜକ ଗୌତମ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବରେ ଜିଲ୍ଲା ସଂଯୋଜକ ଦୀପକ କୁମାର ନାୟକ ଯୋଗଦେଇ ଲୋକ କଳା ଦିବସ ପାଳନର ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ ଆଲୋଚନା କରିବା ସହିତ କଳାକାର ମାନେ ସମୃଦ୍ଧ ହେଲେ ଯାଇ କଳା ସଂସ୍କୃତିର ସୁରକ୍ଷା ସମ୍ଭବ ହୋଇ ପାରିବ ବାଲି କହିଥିଲେ ।  ଏଣୁ କଳାକାର ମାନେ ସଂଗଠିତ ଭାବରେ ସରକାରଙ୍କ ନିକଟରେ ନିଜର ଦାବୀ ଉପସ୍ଥାପନ କରିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କଳାକାର ମାନେ ଯୋଗଦେଇ ନିଜନିଜର ସମସ୍ୟା ବାବଦରେ ଆଲୋଚନା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।