Img 20240614 Wa0235

ବିଶ୍ୱ ରକ୍ତଦାତା ଦିବସରେ ବୃକ୍ଷରୋପଣ 

State
ବାରିପଦା : ଜିଲ୍ଲା ସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ବର୍ଷତମାମ ରକ୍ତଦାନ ଶିବିର ଆୟୋଜନ କରୁଥିବା ବିଭିନ୍ନ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଅଧିକରୁ ଅଧିକ ରକ୍ତଦାନ କରିବା ପାଇଁ ନୂତନ ରକ୍ତଦାତାକୁ ଉତ୍ସାହିତ କରିବା ପାଇଁ ଡଃ ପ୍ରଣବ ଶଙ୍କର ଦାଶ ପ୍ରସ୍ତାବ ଦେଇଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ ବହୁଳ ପରିମାଣରେ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ସଭାପରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ଦାଶଙ୍କ ସମେତ ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଞ୍ଜନ ନାୟକ, ଡଃ ନୀଲେଶ ଦାସ, ଟେକନିସିଆନ ପୁଣ୍ଡରିକାକ୍ଷ ଦାସ, ପାର୍ଥ ସାରଥୀ ମହାନ୍ତ, ରୁଚିକା ଖୁରାନା, ସମାଜସେବୀ ଅମର କୁମାର ସେଠି, ସୋମନାଥ ସିଂହ, ଡଃ ନିରୋଜ କୁମାର ପୋଥାଳ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ରଣଜିତ ଦାସ, ଅଶୋକ କୁମାର ବେହେରା, ଶମ୍ଭୁନାଥ ପଲେଇ ଓ ବିଶ୍ୱନାଥ ପଲେଇ ଉପସ୍ଥିତ ଥିଲେ । ଭବିଷ୍ୟତରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବ ବୋଲି ସ୍ଥିର କରାଗଲା ।