Photo For The News Of Bjp

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରାକ୍ତନ ସରପଂଚ

Politics State

ଆଗରପଡ଼ା :ଆଗରପଡ଼ା ୧୫ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ବିଜେଡ଼ି ସଭାପତି ତଥା ପ୍ରାକ୍ତନ ସରପଂଚ ଭାଗିରଥି ସେଠୀ,ପ୍ରାକ୍ତନ ସମିତିସଭ୍ୟ ରମେଶ ପହି, କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନା ପ୍ରମୁଖ ବିଜେଡ଼ି ଛାଡ଼ି ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ବନ୍ତ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ବିଧାୟକ ପ୍ରାର୍ଥୀ ଡ଼ଃ ସୁଧାଂଶୁ ଶେଖର ନାୟକ, ପ୍ରାକ୍ତନ ସରପଂଚ ଆନନ୍ଦ ଚନ୍ଦ୍ର ଓଝା, ଯୁବନେତା ପତଞ୍ଜଳୀ କରଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ ନେତାମାନଙ୍କ ଯୋଗଦାନ ପରେ ବିଜେପି ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ଶ୍ରୀ କରଶର୍ମା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।