Reu

ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ଅଭିଯୋଗ

State

ଯାଜପୁର  : ବିଜେଡି ରାଲି ବେଳେ କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରାଲି ଯାଉଥିବା ବେଳେ ଏକ ସ୍କର୍ପିଓ ଏକାଧିକ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଜଣ ବିଜେଡି କର୍ମୀ ଆହତ ହୋଇଥିବା କୁହାଯାଇଛି । ବିଜେଡି ରାଲିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଥିଲେ ସାମିଲ । ଆହତମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଯାଜପୁର ଏସପି, ଏସଡିପିଓ, ଧର୍ମଶାଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ଭୀନିତ ଭରଦ୍ବାଜ ।