Onn 3

ଦୁଇ ଦିନିଆ ରିମାଣ୍ଡରେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର

State

nisi

ଭୁବନେଶ୍ବର : ହନିଟ୍ରାପ୍ କୁଇନ୍ ଇରାନୀ ଗ୍ୟାଙ୍ଗ୍ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ ଅବଧି ସମୟରେ ନିଶିକାନ୍ତକୁ ମାରାଥନ୍ ଜେରା କରିବ ତମାଣ୍ଡୋ ଥାନା ପୋଲିସ । ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସଦସ୍ୟ ଅଛନ୍ତି ଏବଂ ଆଉ କାହାକୁ ବ୍ଲାକମେଲିଂ କରିଛନ୍ତି ସେ ସମ୍ପର୍କରେ ତନାଘନା କରିବ ପୋଲିସ ।

ସୂଚନାଯୋଗ୍ୟ ଯେ, ବିରିୟାନୀ, ମଦ ସହ ଘରକୁ ଡାକି ଇରାନୀ କରିଥିଲେ ବ୍ଲାକମେଲ୍ । ଏପିରିକି ଦୁଷ୍କର୍ମ କରିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଦାବି କରିଥିଲେ ହନିଟ୍ରାପ୍ କୁଇନ୍ । ଲୋକଲଜ୍ଜା ଭୟରେ ସେତେବେଳେ ଛାତ୍ର ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇନଥିଲେ । ଗ୍ରୋସରୀ ଦୋକାନୀ ମଧ୍ୟ ଦେହ ସୌଦାରେ ଠକେଇର ଶିକାର ହୋଇଛନ୍ତି । ରାସନ କିଣିବା ବେଳେ ଦୋକାନୀ ମଧୁଫାଶରେ ପଡ଼ିଥିଲେ । ପ୍ରତିଷ୍ଠିତ ଡାକ୍ତର, ବିଲ୍ଡର, ରାଜନେତା ଠକେଇର ଶିକାର ହୋଇଥିବା ସନ୍ଦେହ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ତମାଣ୍ଡୋ ପୋଲିସ । ପୂର୍ବରୁ ଚିକିତ୍ସା ବାହାନାରେ ହାନିଟ୍ରାପ୍ ଘଟଣାରେ ଲେଡି ଡନ୍ ଇରାନୀ ଓ ୩ ସହଯୋଗୀ ଗିରଫ ହୋଇଛନ୍ତି । ଡାକ୍ତରଙ୍କୁ ବ୍ଲାକମେଲ୍ କରୁଥିବା ବେଳେ ତମାଣ୍ଡୋ ପୋଲିସ ବାନ୍ଧିଥିଲା ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ ୭ ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୋଲିସଙ୍କୁ ଏକ ହ୍ୱାଟସ୍‌ଆପ୍‌ ଚାର୍ଟ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣଙ୍କ ସେକ୍ସ ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଚାର୍ଟରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ଜାଣିବା ପରେ ପୋଲିସର ହୋସ୍‌ ଉଡିଯାଇଥିଲା ।