Col Mbj

ଜିଲ୍ଲାପାଳ ନେଲେ କଡାକଡି କାର୍ଯ୍ୟାନୁଷ୍ଠାନ, ଆଚରଣ ସଂହିତା ଉଲଂଘନ କରି ଶିକ୍ଷକ ହେଲେ ନିଲମ୍ବିତ

State

ରାଜନୈତିକ ଦଳୀୟ ବୈଠକରେ ଯୋଗ ଦେଇଥିବା ର ଅଭିଯୋଗ

ବାରିପଦା/ ଉଦଳା: ଆଦର୍ଶ ଆଚରଣ ସଂହିତା ଉଲଂଘନ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ବେଶ୍ ସଫଳତାର ସହିତ କଡାକଡି ଭାବେ ଯାଞ୍ଚ୍ କରିବା ସହିତ ଉଳଙ୍ଘନକାରି ମାନଙ୍କୁ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କର ଯାଉଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉଦଳା ଅଞ୍ଚଳର ଜଣେ କାର୍ଯ୍ୟରତ ଶିକ୍ଷକଙ୍କୁ ନିଲମ୍ବନ ଆଦେଶ ଦିଆ ଯାଇଛି। ସୂଚନା ଅନୁସାରେ, ଶିକ୍ଷକ ଜଣକ ହେଉଛନ୍ତି, ମଠସାହି ପ୍ରାଥମିକ ବିଦ୍ୟାଳୟର, ଶ୍ରୀ ସତ୍ୟେନ୍ଦୁ କୁମାର ଜେନା। ସେ କିଛିଦିନ ତଳେ ଜିଲ୍ଲାରେ କାର୍ଯ୍ୟରତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ଵାରା ସି ଭିଜିଲ ଆପ୍ ସହାୟତାରେ, ଏକ ଦଳୀୟ ସଭାରେ ଯୋଗ ଦେଇଥିବା ସୂଚନା ମିଳିବା ପରେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ନିଲମ୍ବିତ ହୋଇଛନ୍ତି। ଏହି ପରୀପ୍ରେକ୍ଷୀରେ ଶ୍ରୀ ଜେନା ମଧ୍ୟ ଏକ ଉପଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ନିଜ ନିର୍ଦ୍ଦୋଷତା ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି। ପ୍ରକାଶ ଥାଉକି, ଶ୍ରୀ ଜେନା ଏହି ନିଲମ୍ବନ ସମୟରେ ଓଡ଼ିଶା ସର୍ଭିସ୍ କୋଡ୍ ନିୟମ ୯୦ ଅନୁସାରେ ମୁଖ୍ୟାଳୟ ଛାଡ଼ି ପାରିବେନି, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟ କରିବେ ଏବଂ ନିଲମ୍ବନ ପ୍ରାପ୍ୟ ମଧ୍ୟ ପାଇବେ।