General Election

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୨ରାଜ୍ୟର ୯୪ଟି ଆସନରେ ହେବ ମତଦାନ

National & International

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୮୮ ଟି ଆସନ ପାଇଁ ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ପରେ ଦେଶର ୨୮୪ ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ମତଦାନ ଶେଷ ହୋଇଯିବ । ଏହି ୯୪ ଆସନ ମଧ୍ୟରୁ ଗୁଜରାଟର ୨୫ଟି, କର୍ଣ୍ଣାଟକର ୧୪ଟି ଓ ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ହେବ।