Ec Elections Vb 52

ମଙ୍ଗଳବାର ଠାରୁ ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜର ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୮ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

State

ବାରିପଦା: ସମଗ୍ର ଦେଶରେ ବିଭିନ୍ନ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ମୟୂରଭଞ୍ଜ ରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ କରଞ୍ଜିଆ ବିଧାନ ସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଏହି ପରିପ୍ରେକ୍ଷୀରେ ୭ମ ତଥା ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜର ଗୋଟିଏ ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ଅନ୍ୟ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା କାଲି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି | ଏଣୁ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀ ମାନେ, ନିଜ ନିଜ କ୍ଷେତ୍ର ଅନୁଯାୟୀ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ନିକଟରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସୂଚନା ଥାଉକି ୦୫-ମୟୁରଭଞ୍ଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୟୁରଭଞ୍ଜ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଦାୟିତ୍ୱ ରେ ଥିବା ବେଳେ ଅନ୍ୟାନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଯଥାକ୍ରମେ ୨୬- ଯଶିପୁର ପାଇଁ, ଉପଜିଲ୍ଲାପାଳ କରଞ୍ଜିଆ, ଶ୍ରୀ ପ୍ରେମାଂଶୁ ଚାନ୍ଦ, ୨୭- ସାରସକଣା ପାଇଁ, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର , ଶ୍ରୀ ଦୌଲତ ଚାନ୍ଦ୍ରକାର୍, ୨୮- ରାଇରଙ୍ଗପୁର ପାଇଁ , ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ୨୯- ବାଙ୍ଗିରିପୋଷି ପାଇଁ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ), ମୟୁରଭଞ୍ଜ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ୩୧- ଉଦଳା ପାଇଁ , ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ୍, ୩୨- ବଡ଼ସାହି, ୩୪- ମୋରଡ଼ା ପାଇଁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ), ମୟୁରଭଞ୍ଜ ଶ୍ରୀ ବିଭୂତି ଭୂଷଣ ନାୟକ, ଏବଂ ୩୧- ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଦାୟିତ୍ୱରେ ଅଛନ୍ତି। ସମସ୍ତ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ନିଜ ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ । ପ୍ରକାଶ ଥାଉକି, ଷଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ପାଇଁ ମଇ ୨୫ ତାରିଖ ଓ ଜୁନ ୧ ତାରିଖ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଘୋଷଣା କରା ଯାଇଛି |