Fd

କାଳବୈଶାଖୀ ପ୍ରଭାବ: ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

State

ବାରିପଦା: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଶନବଣି ଗ୍ରାମରେ ଆଜି ଅପରାହ୍ନ କାଳବୈଶାଖୀ ପ୍ରଭାବରେ ବେ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖା ଦେଇଥିଲା ।ଘଡଘଡି ବର୍ଷା, ବିଜୁଳି ସମେତ କୁଆପଥର ମାଡ ହୋଇଥିଲା ।ଏହାର ପ୍ରଭାବରେ ଅସନଵଣି ଗ୍ରାମର ରାଇରଙ୍ଗପୁର ଆଇଟିଆଇ ର ଜଣେ ବୃଦ୍ଧ କର୍ମଚାରୀ ଅଫିସ ନିକଟରେ ହଠାତ୍ ବଜ୍ରପାତ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା।ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ହେଲେ ଯାମଦା ଥାନା ଅନ୍ତର୍ଗତ ତେଣ୍ଡରା ଗ୍ରାମର ଡବର ତିରିଆ (୬୫) । ତାଙ୍କ ପୁଅ କଟକରେ କାମ କରନ୍ତି । ତାଙ୍କର ବିବାହିତ ଝିଅ ପହଞ୍ଚିଛନ୍ତି ।ଆସନ୍ତାକାଲି ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ |