ବାରିପଦା: ଅତୀତରେ ମୟୂରଭଞ୍ଜ ଜିଲ୍ଲାରେ ୧୦ ଟି ନିର୍ବାଚନ ମଣ୍ଡଳୀ ଥିଲା କିନ୍ତୁ ସୀମା ନିର୍ଦ୍ଧାରଣ ପରେ ୨୦୦୯ ରେ ୯ ଟି ନିର୍ବାଚନ ମଣ୍ଡଳୀ କରାଯାଇଥିଲା ।ସେଥିରୁ ବହଳଦା ନିର୍ବାଚନ ମଣ୍ଡଳୀ ଉଛେଦ କରାଯାଇଥିଲା ।କିନ୍ତୁ ଓଡ଼ିଶାରେ ଯେଉଁ ୧୪୭ ଟି ବିଧାନସଭା ଥିଲା ତାହା ସେତିକି ହିଁ ଅଛି ।୨୦୦୪ ରେ ଶେଷ ବିଧାୟକ ଥିଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର ପ୍ରହଲ୍ଲାଦ ପୂର୍ତ୍ତି ।ଏହାକୁ ନେଇ ବହଳଦା,ଯାମଦା ଏବଂ ତିରିଂ ଅଂଚଳ ବାସୀଙ୍କ ବହଳଦା ନିର୍ବାଚନ ମଣ୍ଡଳୀ ଉଛେଦ ନେଇ ଆଜିଯାଏଁ ଅସନ୍ତୋଷ ରେ ଅଛନ୍ତି । ସେହିଭଳି ନିକଟରେ ରାଜ୍ୟ ସରକାର ୩୪ ଟି ଏନଏସି ଘୋଷଣା କରିଥିବାବେଳେ ସବୁ ଭିତ୍ତିଭୂମି ଥାଇ ଵହଳଦାକୁ ଏନଏସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ତେଣୁ ଏହାକୁ ନେଇ ବିଜେପି ତରଫରୁ ଆଜି ୧୨ ଘଣ୍ଟିଆ ଵହଳଦା ବନ୍ଦ ଡାକରା ଦିଆଯାଇଥିଲା ।ଵହଳଦାର ଦୋକାନ ବଜାର ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ,ବ୍ଳକ,ପରୀକ୍ଷା ହେଉ ନଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଥିଲା ।ବନ୍ଦରେ ପୂର୍ବତନ ସରପଂଚ ଗୌତମ ହେମ୍ବ୍ରମ,ବିଜେପି ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ ,ଦଶରଥ ମଣ୍ଡଳ,ଗୋପାଳ ସାହୁ,ମଣ୍ଡଳ ସଭାପତି ମାଧବ ଚନ୍ଦ୍ର ମହାପାତ୍ର,ସୁନିଲ ମହାନ୍ତ ,ଶୁଭ୍ରଜିତ ପାଲ,ରାଜେଶ ପାଲ, ପବିତ୍ର ମଲ୍ଲିକ,ରାଜ କିଶୋର ପଣ୍ଡା,ଵାସ୍ତା ସୋରେନ, ଘାସିରାମ ମୁର୍ମୁ,ବାଘରାୟ ହେମ୍ବ୍ରମ,କନ୍ଦା ହେମ୍ବ୍ରମ,ଯମୁନା ହେମ୍ବ୍ରମ,ଧନୁରାମ ହେମ୍ବ୍ରମ,ବେଢ଼ା ସୋରେନ ଏବଂ ଅନ୍ୟମାନେ ଵନ୍ଦପାଳନରେ ନେତୃତ୍ବ ନେଇଥିଲେ ।ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଥିଲା ।ଵହଳଦାବାସୀ ତାଙ୍କ ନ୍ଯାୟୋଚିତ ଦାବି ପ୍ରତି ଶାନ୍ତିପୂର୍ଣ୍ଣ ଭାବେ ପୂର୍ଣ୍ଣ ସମର୍ଥନ ଦେଇଥିଲେ ।