କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତିବା ପରେ ବୈଜୟନ୍ତ ପଣ୍ଡା ବିଜୟ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରର ଦୁହୁରିଆ ଠାରୁ ବାହାରି ୨୦ କିଲୋମିଟର ପଥ ଅତିକ୍ରମ କରି ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଶେଷ ହେବ। ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ହୋଇଛି। ସେ ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇଛନ୍ତି।
