Kejw

ମାର୍ଚ୍ଚ ୧୬ରେ ହାଜର ହୁଅ କେଜ୍ରିଓ୍ବାଲ : ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

National & International

ନୂଆଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯କୁ ଧାର୍ଯ୍ୟ କରାଯାଇଛି।
ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ଇଡିର ସମନ ପାଳନ ନ କରିବା କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆଇପିସିର ଧାରା ୧୭୪ର ପ୍ରାଥମିକ ମାମଲା ରୁଜୁ ହୋଇଛି। ଏଭଳି ସ୍ଥିତିରେ କେଜ୍ରିୱାଲଙ୍କୁ ସମନ ଜାରି କରିବା ପାଇଁ ଅଦାଲତଙ୍କ ପାଖରେ ଯଥେଷ୍ଟ ଆଧାର ରହିଛି।
ଇଡିର ଆବେଦନ ଉପରେ କୋର୍ଟ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ରେ ହାଜର ହେବାକୁ ସମନ ପଠାଇଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଇଡି ସମସ୍ତ ଅଭିଯୁକ୍ତଙ୍କ ସହଯୋଗ ଲୋଡ଼ିବା ସହ ଅଯଥାରେ ଶୁଣାଣିରେ ବିଳମ୍ବ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତମାନେ ଜାଣିଶୁଣି ଏହି ମାମଲାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଇଡି ଅଭିଯୋଗ କରିଛି। କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତରୁ ନିର୍ଦ୍ଦେଶ ମାଗିଛି। ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କାଗଜପତ୍ର ଯାଞ୍ଚ ପାଇଁ ସମୟ ମାଗିବାରୁ ଇଡି ଓକିଲ କହିଥିଲେ ଯେ ଶୁଣାଣିରେ ବିଳମ୍ବ କରିବାକୁ ଚେଷ୍ଟା କରାଯାଉଛି। ଏହାକୁ ନେଇ ଇଡି କୋର୍ଟରେ ଏକ ଅଭିଯୋଗ ଆବେଦନ ଦାଖଲ କରିଥିଲା ଯେ ଅଦାଲତ ଅଭିଯୁକ୍ତଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଶୁଣାଣିରେ ବିଳମ୍ବ କରନ୍ତୁ ନାହିଁ।