Img 20240306 Wa0244

ମେଡିକାଲ କର୍ମଚାରୀ ଙ୍କ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

State

ବାରିପଦା: ମୟୂରଭଂଜ ଜିଲ୍ଲା PRM ମେଡିକାଲ କଲେଜ ଓ ହସପିଟାଲର ଲାବୋରେଟରୀ ଟେକ୍ନିସିଆନ ଛାତ୍ରବୃନ୍ଦ ତଥା ଲାବୋରେଟରୀ ଟେକ୍ନିସିଆନ ସଙ୍ଘର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ବାରିପଦା ରକ୍ତକେନ୍ଦ୍ରରେ
ଗ୍ରୀଷ୍ମଋତୁ କାଳୀନ ରକ୍ତଭାବକୁ ଦୂର କରିବା ନିମନ୍ତେ ଏହା ଏକ ଯୁଗାନ୍ତକାରି ପଦକ୍ଷେପ। ଉକ୍ତ ଶିବରକୁ PRM ମେଡିକାଲ୍ କଲେଜର ଅଧ୍ୟକ୍ଷା ଡାକ୍ତର ପ୍ରତିଭା ପଣ୍ଡା ଓ ସୁପରିଟେନ୍ଦେଣ୍ଟ ଡାକ୍ତର ରବୀନ୍ଦ୍ର କୁମାର ମିଶ୍ର ଉଧ୍ଘାଟନ କରିଥିଲେ। ବାରିପଦା ରକ୍ତକେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ନାୟକ ରକ୍ତଦାନ ଶିବିରକୁ ପରିଚାଳନା କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ 104 ୟୁନିଟ ରକ୍ତ ସଗୃହୀତ ହୋଇଥିଲା। ବାରିପଦା ରକ୍ତକେଦ୍ରର କର୍ମଚାରୀ ତଥା ସମସ୍ତ ଲାବୋରେଟରୀ ଟେକ୍ନିସିଆନବୃନ୍ଦଙ୍କ ମିଳିତ ଉଦ୍ୟମରେ ବହୁମାତ୍ରାରେ ଛାତ୍ରଛାତ୍ରୀ ଯୋଗୋଦନକରି ଏହି ରକ୍ତଦାନ ଶିବିରକୁ ସଫଳ କରିବା ସହିତ ସମଗ୍ର ମୟୂରଭଂଜବାସିଙ୍କ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତିଦିନ ହସ୍ପିଟାଲ କର୍ମଚରୀଭାବେ କାର୍ଯ ସମ୍ପାଦନ କରି ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ବେଳେ ରକ୍ତଦାନ ଭଳି ମହତ୍ ଦାନ କରି ରୋଗୀମାନଙ୍କ ସେବା ନିମନ୍ତେ ନିଜ ଜୀବନକୁ ଉତ୍ସୁର୍ଗିକୃତ କରିଥିବା ଏହି ଲାବୋରେଟରୀ ଟେକ୍ନିସିଆନମାନେ ବାସ୍ତବରେ ପ୍ରଶଂସନୀୟ।