ଅତିରିକ୍ତ ଏସ.ପି ସବୁଜ ପତାକା ଦେଖାଇ କଲେ ଯାତ୍ରାର ଶୁଭାରମ୍ଭ
ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ଯାତ୍ରାର ଶୁଭକାମନା କଲେ ଜିଲ୍ଲାପାଳ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ଏବଂ ଓଡିଶା ପର୍ଯ୍ୟଟନ ବିଭାଗର ମିଳିତ ଅନୁକୁଲ୍ୟରେ ଜିଲ୍ଲାରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା। ଇତ୍ୟବସରରେ, ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ଶୁକ୍ରବାର ଦିନ ଆରମ୍ଭ ହୋଇଛି ଏହି ତୀର୍ଥ ଯାତ୍ରୀ ମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରା। ସମୁଦାୟ ୨୪୫ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନଙ୍କୁ ନେଇ ଏହି ତୀର୍ଥ ଯାତ୍ରୀ ମାନଙ୍କୁ ଉତ୍ତରପ୍ରଦେଶର ଆଗ୍ରା ଓ ମଥୁରା ତୀର୍ଥ ସ୍ଥାନକୁ ଯାତ୍ରା କରୁଛନ୍ତି। ସୂଚନା ଥାଉକି ଏହି ଦ୍ଵିତୀୟ ପର୍ଯ୍ୟାୟ ଯାତ୍ରାର ଶୁଭାରମ୍ଭ କରିଥିଲେ ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାକାନ୍ତ ମହାରଣା । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏହି ଯାତ୍ରାର ସମସ୍ତ ସଂଚାଳନ କାର୍ଯ୍ୟର ତତ୍ୱାବଧାନ କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା ଙ୍କ ସଂଯୋଜନାରେ ସମୁଦାୟ ୨୪୫ ଜଣ ତୀର୍ଥଯାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା ହୋଇ ତୀର୍ଥଯାତ୍ରା ଅଭିମୁଖେ ବାହାରି ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶ ଏହି ତୀର୍ଥ ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କର୍ମଚାରୀ ପ୍ରେରଣା କରିବା ସହିତ ସେହି ସ୍ଥାନ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ, ଏସ.ପି, ଅତିରିକ୍ତ ଜିଲ୍ଲାପାଳ, ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତ ବରିଷ୍ଠ ତୀର୍ଥ ଯାତ୍ରୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାରଣା ଏହି ଯାତ୍ରାରେ ଭାଗ ନେଉଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ଶୁଭ କାମନା କରି ସେମାନଙ୍କ ବସ ମାନଙ୍କୁ ସବୁଜ ପତାକା ଦେଖାଇ ଏହି ଯାତ୍ରାକୁ ଆରମ୍ଭ କରି ଥିଲେ।
ସୂଚନା ଥାଉକି, ଜିଲ୍ଲାର ଏହି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱଳ୍ପ ସମୟ ରହଣି ବ୍ୟବସ୍ଥା ଜିଲ୍ଲା ସଦର ମହକୁମା ବାରିପଦା ସ୍ଥତିରେ ଆଥଲେଟିକ ହଲ ଠାରେ କରାଯାଥିଲା। ତତ୍ସହିତ ସେମାନଙ୍କ ଖାଦ୍ୟପେୟ, ଶୌଚ ଆଦି ପାଇଁ ବ୍ୟବସ୍ଥା କରା ଯିବା ସହିତ ସେହିଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରାଯିବା ପରେ ସେମାନଙ୍କୁ ୬ଟି ବସ ଯୋଗେ, ଯଥାରୀତି ବିଭିନ୍ନ ଅଫିସରଙ୍କ ସହିତ ବାଲେଶ୍ୱରରେ ପହଂଚିବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ, ବରିଷ୍ଠ ନାଗରିକ ମାନଙ୍କ ସୂଚନା ଓ ବିଭିନ୍ନ ବିଷୟରେ ଅବଗତି ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଆରକ୍ଷୀ ବାହିନୀକୁ ମଧ୍ୟ ଷ୍ଟାଡିଅମରେ ମୁତୟନ କରାଯାଇଥିଲା। ପ୍ରକାଶ ଥାଉକି, ଏହି ବରିଷ୍ଠ ତୀର୍ଥଯାତ୍ରୀ ମାନେ ୦୨ ଫେବୃଆରୀ ୨୦୨୪ ଠାରୁ ୦୭ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନକୁ ଟ୍ରେନ ଯୋଗେ ବାଲେଶ୍ୱରରୁ ଆଗ୍ରା ଓ ମଥୁରା ଯିବେ ଏବଂ ନିର୍ଧାରିତ ସ୍ଥାନରୁ ଫେରି ନିଜ ନିଜ ଅଂଚଳକୁ ଫେରି ଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରା ଯାଇଛି। ମୟୂରଭଞ୍ଜ ଜିଲ୍ଲା ପାଇଁ ସମସ୍ତ ବ୍ଲକ୍ରୁ ବିଡ଼ିଓ ମାନଙ୍କ ତତ୍ୱାବଧାନରେ ସମସ୍ତ ତୀର୍ଥ ଯାତ୍ରୀ ଆଜି ନିର୍ଦ୍ଧାରିତ ସ୍ତାହାନେ ପହଁଚି, ନିଜ ନିଜ ପଞ୍ଜିକରଣ କରାଇ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସୁସ୍ଥ ବୋଲି ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତା ମାନେ ଯୋଗ ଦେଇ ଥିବାର ସୂଚନା ପ୍ରକାଶ।