Img 20240301 Wa0263

ମୟୁରଭଞ୍ଜ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

State

ମୟୂରଭଞ୍ଜ ଜିଲ୍ଲାର କର୍ମଚାରୀ ମୋ ପରିବାର ଠାରୁ ଅଧିକ: ବିଦାୟୀ ଜିଲ୍ଲାପାଳ
ଏକ ମାସର ଅନୁଭୂତି କହୁ କହୁ ଭାବ ବିହ୍ଵଳ ହୋଇପଡିଲେ ବିଦାୟୀ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ
ଲୋକଙ୍କ ସହିତ ମିଶି କାମ କରିବାକୁ ଏବଂ ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଉପଦେଶ ଦେଲେ ଶ୍ରୀ ଆଶିଷ ଠାକରେ

ବାରିପଦା:  ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳ ତଥା ଦଣ୍ଡାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଦ୍ଭାବନା କକ୍ଷ ଠାରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ସ୍ୱାଗତ ଭାଷଣ ଦେଇଥିଲେ। ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉପଢୌକନ ଦେଇ ସ୍ୱାଗତ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ ମାନେ ବିଦାୟୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସମ୍ୟକ ବକ୍ତବ୍ୟ ରଖିଥିଲେ। ଶ୍ରୀ ଠାକରେଙ୍କୁ ଜଣେ ହୃଦୟସ୍ପର୍ଶୀ ବ୍ୟକ୍ତି ବୋଲି କହିଥିବା ବେଳେ ଶ୍ରୀ ବେହେରାଙ୍କୁ ଜଣେ ମିଷ୍ଟଭାଷୀ ଅଧିକାରୀ ବୋଲି କହିଥିଲେ। ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ସହିତ କାର୍ଯ୍ୟକାରୀ ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଥିଲେ। ସର୍ବଶେଷରେ ନିଜ ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହିତ ବିଗତ ଏକ ମାସ ମଧ୍ୟରେ ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସଫଳତା ଏବଂ ତ୍ୱରାନ୍ୱିତ ପ୍ରଣାଳୀକୁ କାର୍ଯ୍ୟକାରୀ କରିଥିବା କହିଥିଲେ। ମୟୁରଭଞ୍ଜ ଜିଲ୍ଲାଜନମାନସରେ ଆଦୃତ ହୋଇଥିବା ଜିଲ୍ଲାପାଳ ଶ୍ରୀ ଠାକରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପରିଦର୍ଶନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟର ସଫଳତାର ସହିତ ରୂପାୟନ କରିଥିବା ଉଲ୍ଲେଖନୀୟ। ଶ୍ରୀ ଠାକରେ ନିଜ ବିଦାୟକାଳୀନ ସଭାରେ ସମସ୍ତ ନବ ନିଯୁକ୍ତ ଯୁବ ଅଧିକାରୀ ମାନଙ୍କୁ ନିଷ୍ଠା ଏବଂ ତତ୍ପରତା ସହିତ ପରିଚାଳନା କରିବା ପାଇଁ ଉପଦେଶ ଦେବା ସହିତ ମାତ୍ର ମାସେ ଜିଲ୍ଲା ସହିତ ଏବଂ କର୍ମଚାରୀ ମାନଙ୍କ ସହିତ ଥିବା ଆନ୍ତରିକତା କଥା କହି ଭାବବିହ୍ୱଳ ହୋଇ ପଡ଼ିଥିଲେ।

ସେହିପରି, ଶ୍ରୀ ବେହେରା ଏହି ଜିଲ୍ଲାରେ କାମ କରିଥିବା ବେଳେ ଅନେକ ଶିକ୍ଷଣୀୟ ଅନୁଭବ ପ୍ରାପ୍ତ କରିଛନ୍ତି ବୋଲି କହି ଥିଲେ। ଏହି ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମଲ୍ଲିକ ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ମିଷ୍ଟଭାଷୀ ଏବଂ କର୍ମଠ ଜିବେଶିଲିଉପରେ ଆଲୋକପାତ କରି କାନ୍ଦି ପକାଇଥିଲେ। ଏହି କାର୍ଯ୍ୟକ୍ରମରେ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ , ବାରିପଦା ଡେପୁଟି କଲେକ୍ଟର, ଶ୍ରୀ ଅନିଲ କୁମାର ମହାନ୍ତି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି,ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି, ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏଥି ସହିତ ଶ୍ରୀ ଠାକରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ଏବଂ ଶ୍ରୀ ବେହେରା ଜଗତସିଂପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।