Img 20240301 Wa0289

ଦୈନିକ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

State

ବାରିପଦା: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଟାଟାନଗର ରେଳବାଇ ଷ୍ଟେସନରୁ ନୁଆ ସନ୍ଧ୍ୟାକାଳିନ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନକୁ ଆଭାସି ମାଧ୍ୟମରେ ହରି ଝଣ୍ଡି ଦେଖାଇ ଉଦଘାଟନ କଲେ ।। ଏହା ଚକ୍କରଧରପୁର ରେଳ ମଣ୍ଡଳ ଦ୍ଵାରା ମାର୍ଚ୍ଚ ପହିଲାରୁ ନୁତନ ମେମୁ ଟ୍ରେନ ନମ୍ବର:-08153/08154 ସାନ୍ଧ୍ୟାକାଳିନ ଦୈନିକ ଟାଟାନଗର ଠାରୁ ବାଦାମପହାଡ଼ ମେମୁ ଟ୍ରେନକୁ ସକାଳୁ ସମୟ :-୧୨-ଠାରେ ଟାଟାନଗର ଷ୍ଟେସନରୁ ଉଦଘାଟନ କରିଥିଲେ ଏବଂ ଏହି ଅବସରରେ ଜମଶେଦପୁର ସା°ସଦ ପ୍ରତିନିଧି ଓ ପୋଟକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୁର୍ଵତନ ବିଧାୟକ ଶ୍ରୀମତୀ ମେନକା ସରଦାର ଓ ବହଳଦା ପୁର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତି ଓ ରେଳ ବିଭାଗର ଉଛ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଥିଲେ । ଆଜି ମେମୁ ଟ୍ରେନ ଟାଟାନଗର ରୁ ଆସି ଟାଟାନଗର ବାଦାମପହାଡ଼ ର ସବୁ ଷ୍ଟେସନ ପହୁଞ୍ଚିଥିଲା ଏବଂ ବାଦାମପହାଡ଼ ଷ୍ଟେସନ ସମୟ:୦୨:୩୦ଠାରେ ପହୁଞ୍ଚିପୁଣିଥରେ ଟାଟାନଗର କୁ ଫେରିଯାଥିଲ।

ଏହି ଟ୍ରେନ କାଲିଠାରୁ ନିର୍ଧାରିତ ସମୟରୁ ଟାଟାନଗର ରୁ ସନ୍ଧ୍ୟା ସମୟ:-୦୬-ଠାରେ ଛାଡ଼ି ବାଦାମପହାଡ଼ ସମୟ:-୦୯:୦୫ ମିନିଟରେ ପହୁଞ୍ଚିବ ଏବଂ ପୁଣିତଥରେ ରାତିରେ ଟାଟାନଗର ଫେରି ସମୟ :-୧୧:୩୦ ରେ ପହୁଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି। ଏହି ଟ୍ରେନ ସାନ୍ଧାକାଳିନ ସମୟରେ ଟାଟାନଗର ଓ ରାତିରେ ବାଦାମପହାଡ଼ ଠାରୁ ପରିଚାଳନା କଳେ ଟାଟାନଗର ବାଦାମପହାଡ଼ ଅଞ୍ଚଳର ରେଳୟାତ୍ରୀ ଓ ଅଧିବାସୀମାନେ ବହୁତ ଉପକୃତ ହେବେ ଏବଂ ତାଙ୍କର ସାମାଜିକ ସୁରକ୍ଷା ଓ ଆର୍ଥିକ ଉନ୍ନତି ସାଧନ ହେବା ସହିତ ବିକାଶର ମୁଖ୍ୟ-ଧାରାରେ ଜୁଡି ହେବେ।। ଏହି ଟ୍ରେନ ପରିଚାଳନା ପରେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ବହୁତ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି।

ସୁଚନାୟୋଗ୍ୟ ଯେ ବହଳଦାର ପୂର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ଏନେଇ ଦୀର୍ଘଦିନ ଧରି ବାରମ୍ବାର ରେଳ ଉଛ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଦାବି କରି ଆସୁଥିଲେ, ତାଙ୍କର ଦୀର୍ଘଦିନ ଧରି ପ୍ରୟାସ ଓ ପ୍ରଚେଷ୍ଟା ଆଜି ସଫଳତା ପାଇଥିବାରୁ ପୂର୍ବତନ ବିଧାୟକ ପୂର୍ତ୍ତି ବାବୁ ଭାରତ ବର୍ଷର ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ ପୂର୍ବାଞ୍ଚଳ ରେଳ ଜେନେରାଲ ମୈନେଜର ଶ୍ରୀ ଅନିଲ କୁମାର ମିଶ୍ରା ଏବଂ ଚକ୍କରଧରପୁର ରେଳ ମଣ୍ଡଳ ଶ୍ରୀ ଅନିଲ ଜେ ରାଠୌଡ ଓ ରେଲବାଇ ପ୍ରଶାସନର ସମସ୍ତ ଉଛ ପଦସ୍ଥ ଅଧିକାରୀ ଙ୍କୁ ଜନସାଧାରଣ ଙ୍କ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଧନ୍ୟବାଦ ଜଣାଯାଇଅଛି ।