Img 20240402 Wa0322

ଡକାୟତ ଉଦ୍ୟମ କରୁଥିବା ୩ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ବାନ୍ଧିବା ପୋଲିସ

Crime State

ବାରିପଦା: ଡ଼କାୟତ ଉଦ୍ୟମ କରୁଥିବା ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଡକାୟତ, ଏଟିଏମ୍ ଲୁଟେରାକୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଥିବା ଘଟଣା ଆଜି ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୫ କିମି ଦୂର ଭାଲୁବସା ପେଟ୍ରୋଲ ପମ୍ପ ପଛ ପାଖ ଏକ ପୋଲ ପାଖରେ କିଛି ଯୁବକ ସୁଇଫ୍ଟ ଡିଜାୟାର କାର୍ ରଖି ମଦ୍ଯପାନ କରୁଥିଲେ । ରାଇରଙ୍ଗପୁର ଟାଉନ ଥାନାର ଏଏସଆଇ ଆଲୋକ କୁମାର ସିଂ, କର୍ମଚାରୀ ଦଶରଥ ହେମ୍ବ୍ରମ, ଗୋବର୍ଦ୍ଧନ ମୁଣ୍ଡାରୀ,ଟୁନା ମିନାଇକା ସୋମବାର ମଧ୍ୟ ରାତିରେ ପାଖାପାଖି ଦେଢଟା ସମୟରେ ପେଟ୍ରୋଲିଂକରୁଥିବା ସମୟରେ ଏମାନଙ୍କୁ ଦେଖିବାକୁ ପାଇଁ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ୩ ଜଣଙ୍କୁ ମାଡିବସି କାବୁ କରିଥିବାବେଳେ ଦୁଇ ଜଣ ଚମ୍ପଟ ମାରି ଅନ୍ଧକାର ରାତିରେ ଖସି ପଳାଇଥିଲେ । ସେମାନଙ୍କ ଠାରୁ ପୋଲିସ ଏକ ଖେଳନା ରିଭଲଭର,ଏକ ଲୁହା ରଡ଼,୩ ଟି ଏଟିଏମ୍ ପ୍ଳେଟ,,୩ ଟା ମୋବାଇଲ,,୩ ଟା ଏଟିଏମ୍ କାର୍ଡ,୩ ଟି ଆଧାର କାର୍ଡ, ୪୭୦ ଟଙ୍କା,ଏକ ଧଳା ମାରୁତି ସୁଇଫ୍ଟ ଡିଜାୟାର କାର ( jH 01DQ 5430) ଜବତ କରିଥିଲେ । ସେମାନଙ୍କୁ ପୋଲିସ ଜେରା କରିବାପରେ ସେମାନେ ଡକାୟତ ଉଦ୍ୟମ କରିବା ନେଇ ସ୍ବିକାର କରିଥିଲେ ।ଆଗରୁ ମଧ୍ଯ ବରଗଡ଼ ରେ ଏଟିଏମ୍ ଲୁଟେରା ଘଟଣାରେ ଜେଲରେ ଥିଲେ ।ନିକଟରେ ଜେଲରୁ ବେଲରେ ଆସିଥିଲେ । ଦୁର୍ଦାନ୍ତ ଆନ୍ତଃ ରାଜ୍ୟ ଡକାୟତ ହେଲେ ଝାଡ଼ଖଣ୍ଡ ରାଜ୍ୟର ସଢେଇକଳା – ଖରସୁଆଁ ଜିଲ୍ଲାର ଆଦିତ୍ଯପୁରର ମୁକେଶ ତିଓ୍ବାରୀ,ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାର ବେଲାରୀ ଅଂଚଳର ଖଇରୁଲ ଵସାର (୩୨) ଏବଂ ଅନ୍ଯ ଜଣେ ଉତ୍ତରପ୍ରଦେଶର ବେଲାରୀ ଅଂଚଳର ମହମ୍ମଦ ଇରସାଦ (୩୩) । ରାଇରଙ୍ଗପୁର ଟାଉନ ପୋଲିସ ସେମାନଙ୍କ ନାମରେ ୧୧୧/୨୪ ରୁଜୁ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନାଧିକାରୀ ଶ୍ରୀ ସୁଚନ୍ଦ୍ର ମହାଳିକ ,ଆଲୋକ ସିଂ ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |