ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ବିଟିପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବରହମପୁରର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଯାଇଛି । ପ୍ରଧାନଶିକ୍ଷୟିତ୍ରୀ କୌଶଲ୍ୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ମୁଖ୍ୟବକ୍ତା ହରିହର ପାଣିଗ୍ରାହୀ, ସମ୍ମାନୀତ ଅତିଥି ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ପରିଚାଳନା କମିଟି ସଭାପତି ଶରତ ବେହେରା,ସିଆରସିସି ନିରଞ୍ଜନ ଖିଲାର, ମୋ ସ୍କୁଲ ଅଭିଯାନ ସଭ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଧଳ, ଯୁଧିଷ୍ଟିର ବାରିକ, ଫକୀର ବାରିକ, ଶିକ୍ଷୟିତ୍ରୀ ଗୋଲାପ ମଞ୍ଜରୀ ନାୟକ, ନାରାୟଣ ପାତ୍ର, ଗଜେନ୍ଦ୍ର ରାଉତ,ନରୋତ୍ତମ ଜେନା ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ତପନ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଗଣନାଥ ବେହେରା, ସସ୍ମିତା ଜେନା,ବନ୍ୟା ବିଜୟନୀ ଜେନା,ଡାଲିରାଣୀ ଲେଙ୍କା,ପ୍ରୀତିଲତା ଜେନା ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
