ରାଜ୍ୟ ସରକାରଙ୍କ ଦ୍ବାରା ନିକଟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ମାଲିକମାନେ ଧର୍ମଘଟ ଡାକରା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଏନେଇ ବୟାନ ଦେଇ କହିଛନ୍ତି, ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ। ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ। ଆମର ଇଚ୍ଛା ନଥିଲେ ବି ବନ୍ଦ ନିଷ୍ପତ୍ତି ନେଇଛୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ। ବନ୍ଦ ନିଷ୍ପତ୍ତି ପାଇଁ ଆମେ ଲୋକଙ୍କୁ କ୍ଷମା ମାଗୁଛୁ। ପୂଜା ବେଳେ ଧର୍ମଘଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ପୂଜା ସହ ବନ୍ଦର କୌଣସି ସମ୍ପର୍କ ନାହିଁ। ନୂଆ ବସ ଦେବାକୁ ଆମକୁ କୁହାଗଲା। ଆମେ କେଉଁଠୁ ଟଙ୍କା ଆଣି ନୂଆ ବସ୍ ଯୋଗାଇବୁ।