Defult onn2

ଆଳମଙ୍ଗା ବିଦ୍ୟାଳୟ ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂ କ୍ଲଷ୍ଟର ଅଧିନ ଆଳମଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ବ୍ଳକ ଶିକ୍ଷାଧିକାରିଣୀ ମଞ୍ଜୁଳାବାଳା ନାୟକ ,ସାହିତ୍ୟିକ ହରିହର ପାଣିଗ୍ରାହୀ,ଏବିଇଓ ହରେକୃଷ୍ଣ ଆପଟ,ପ୍ରମୋଦ କୁମାର ପଣ୍ଡା,ହାଟଡ଼ିହି ଏବିଇଓ ପ୍ରମୋଦ ନାୟକ,କୃତୀ ଶିକ୍ଷକ ଶଶୀଖେଖର କର ଶର୍ମା,ଭାଷ୍ମରଚନ୍ଦ୍ର ପାଢ଼ୀ,ଅଲେଖ ନାୟକ,ଅଧ୍ୟାପକ ଚନ୍ଦ୍ରକାନ୍ତ ବେହେରା,ଧର୍ମେନ୍ଦ୍ର ନାରାୟଣ ଜେନା,ପ୍ରଭାତ ସେନାପତି ,ପ୍ରଶାନ୍ତ ଦାସ,ସମିତସସଭ୍ୟ ପ୍ରେମାନଂଦ ନାୟକ,ସିଆରସିସି ଗିରିଜା ଶଙ୍କର ଲେଙ୍କା,ରମେଶଚନ୍ଦ୍ର ପାଇକରାୟ,ଭରତ ଓଝା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସୁ ମାନବ ହେବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ଶ୍ୟାମସୁନ୍ଦର ଗିରି ଅତିଥିପରିଚୟ,ପ୍ରଜ୍ଞାସ୍ମୀତା ବାରିକ ବାର୍ଷିକ ବିବରଣୀ ପାଠ ଓ ଯମୁନା ହାସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା,ଶିର୍ଷାନନ୍ଦ ରାଉତ ପ୍ରମୁଖଙ୍କ ସହ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକମାନେ ସହଯୋଗ କରିଥିଲେ ।