Photo For The News Of Mandira Pratistha

ବିଘ୍ନେଶ୍ୱରଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଓ ଚାଇଁପୁର ଛକର ମଧ୍ୟସ୍ଥଳରେ ଅବସ୍ଥିତ ଥିବା ମା’ତାରିଣୀଙ୍କ ମନ୍ଦିର ପରିସରରେ ବିଘ୍ନେଶ୍ୱରଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବୁଧବାର ସକାଳୁ ଶତାଧିକ ପୁରୁଷ ଓ ମହିଳାଙ୍କ ଦ୍ୱାରା ନିକଟସ୍ଥ ଚନ୍ଦ୍ରଶେଖର ପୁଷ୍କରିଣୀରୁ ଘଟୋତ୍ତୋଳନ କରାଯାଇ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଅଣା ଯାଇଥିଲା । ପରେ ସୂର୍ଯ୍ୟ ପୂଜା, ଧେନୁ ପୂଜା, ସହ ବିଘ୍ନେଶ୍ୱରଙ୍କୁ ଷୋଡଶୋପଚାର ରେ ପୂଜା ସହ ଯଜ୍ଞ କର୍ମାରମ୍ଭ କରା ଯାଇ ଅପରାହ୍ନରେ ପୂର୍ଣ୍ଣାହୂତି ପ୍ରଦାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ଥାନରେ ବହୁସଂଖ୍ୟକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମନ୍ଦିର ଉଦ୍ୟକ୍ତା କାହ୍ନୁଚରଣ ସାହୁ ଓ ତାଙ୍କ ପତ୍ନୀ ନୟନ ମଂଜରୀ ସାହୁ ମୁଖ୍ୟ କାର୍ଯ୍ୟ ସଂପାଦନ କରିଥିବା ବେଳେ ପୂଜକ ଭାବେ ଯୋଗାନନ୍ଦ ପଣ୍ଡା,ରଙ୍ଗାଧର ତ୍ରୀପାଠୀ,ଲିପୁନ ପଣ୍ଡା,ବୁଦ୍ଧ ଦେବ ଦାସ, ଗଣେଶ କର,ଆଶୁତୋଷ ତ୍ରୀପାଠୀ ପ୍ରମୁଖ ପୂଜାକାର୍ଯ୍ୟ ସଂପାଦନ କରିଥିଲେ । ପ୍ରାକ୍ତନ ଥାନାଧିକାରୀ ହରେକୃଷ୍ଣ ଦାଶ, ପ୍ରଣବ କିଶୋର ମଣ୍ଡଳଙ୍କ ସହ ଶ୍ରୀବନ୍ତପୁର ଓ ଚାଇଁପୁରର ସମସ୍ତ ସେବିକା/ସେବକ ଓ ଭକ୍ତବୃନ୍ଦଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁରୁପେ ସଂପାଦିତ ହୋଇଥିଲା ।