Photo For The News Of Khelana Prastutee Karmasala

ଆମ ସଭ୍ୟତା ଓ ଆମ ଖେଳନା କର୍ମଶାଳା ଉଦ୍‌ଯାପିତ

State

ଆଗରପଡ଼ା :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ବେଲଦା ମୁଣ୍ଡାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇ ଦିବସ ଧରି ଅନୁଷ୍ଠିତ ହୋଇଥିବା ‘ଆମ ସଭ୍ୟତା ଆମ ଖେଳନା’ ସଂପର୍କୀୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଗଣିଜାଙ୍ଗ ସାଧନକେନ୍ଦ୍ରର ସାଧନା କର୍ମୀ ପ୍ରଫୁଲ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ବ୍ଲକ ଶିକ୍ଷାଧିକାରିଣୀ ମଂଜୁଳାବାଳା ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହି କର୍ମଶାଳା ଦ୍ୱାରା ଓଡ଼ିଶାର ମହାନ ସଂସ୍କୃତି ଓ ପରଂମ୍ପରା ଉଦ୍‌ଯିବିତ ହେବା ସହ ଯୁବପିଢ଼ି ମାନଙ୍କୁ କଳା ଓ ମହାନ ସଂସ୍କୃତି ବିଷୟରେ ଉଚିତ ଜ୍ଞାନ ମିଳିପାରିବ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ,ଆଇନଜୀବୀ ଅଣାକାର ମଲ୍ଲିକ,ଆନଂଦ ଚନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଉକ୍ତ କ୍ଲଷ୍ଟର ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗଦେଇଥିବା ବେଳେ ଆର୍‌ପି ଭାବେ ଗଣେଶ ପ୍ରସାଦ ଦାସ,ରମ୍ଭାମଣି ଜେନା,ରମାକାନ୍ତ ବେହେରା,ରାଧାକାନ୍ତ ଜେନା,ପ୍ରଫୁଲ ନାୟକ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏହାକୁ ପ୍ରତାପ ମହାପାତ୍ର,ନୀଳମାଧବା ଦାସ,ଅନୁସୂୟା ବାରିକ,ମିତାରାଣୀ ନାଥ,ସସ୍ମିତା ନାଥ,ଗୌରୀ ରଣା,ରିତାମୁଣ୍ଡା,ଗୀତାରାଣୀ ସୂତାର ପ୍ରମୁଖ ସହଯୋଗ କରିଥିଲେ ।