Onn 3

ଗୋପବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୁନିକୁନି ପିଲାଙ୍କ ଦ୍ୱାରା ଚାରା ରୋପଣ

State

ବାରିପଦା: ସ୍ଥାନୀୟ ମହାରାଜପୁର ସ୍ଥିତ ଶ୍ରୀ ଅଭିରାମ ପରମହଂସ ବେଦ ବେଦାନ୍ତ ଆବାସିକ ବିଦ୍ୟାଳୟ ପରିସରରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ 95 ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଅନ୍ତେବାସୀ କୁନିକୁନି ପିଲାଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଟ୍ରଷ୍ଟର ଉପଦେଷ୍ଟା ସୋମନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସଭାପତି ନିରୋଜ କୁମାର ପୋଥାଳ, ନିମ ପରିବାରର ସମ୍ପାଦକ ବିମ୍ବାଧର ସାହୁ, ସଦସ୍ୟା ତଥା ଲେଖିକା ସୁଚରିତା ମହାନ୍ତି, ଭାସ୍ବତୀ ପଣ୍ଡା, ଅନୁଷ୍ଠାନର ମୁଖ୍ୟ ପରିଚାଳକ ସାଇ ପ୍ରକାଶ ମହାନ୍ତି ଓ କୁନିକୁନି ଛାତ୍ରଛାତ୍ରୀ ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋକପାତ କରିଥିଲେ I

ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ମହାପାତ୍ର, ଲିଙ୍ଗରାଜ ମହାନ୍ତି, ଗୌତମ ଘୋଷ, ରଣଜିତ ଦାସ, ରାକେଶ କୁମାର ଦ୍ବିବେଦୀ, ଧୃବେନ୍ଦ୍ର ଦାସ, ଅତୁଲ କୁମାର ମିଶ୍ର, ମାନସ ବାଗ ତଥା ମାନସ ରଞ୍ଜନ ପୋଥାଳ ଓ ମୋହିତ ରଞ୍ଜନ ପୋଥାଳ ପ୍ରମୁଖ ଉପସ୍ଥିତ ଥିଲେ I ସର୍ଦ୍ଦାର ହରି ଚରଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ I