Photo For The News Of Smruti Charan Sabha

ଧର୍ମପରାୟଣା ମହିଳାଙ୍କ ସ୍ମୃତିଚାରଣ ସଭା

State

ଆଗରପଡ଼ା :ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚକ୍ରାପାଢୀ ଗ୍ରାମର ଧର୍ମପରାୟଣା ମହିଳା ସ୍ୱର୍ଗତ ଯମୁନାରାଣୀ ଭୋଳଙ୍କ ଏକାଦଣାହ କ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନନ୍ଦକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଖଇରା କଲେଜ ଅବସର ପ୍ରାପ୍ତ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ହରିହର ପାଣିଗ୍ରାହୀ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସରପଂଚ ବନମାଳୀ ବେହେରା,ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାସ ବେଜ,ଉପେନ୍ଦ୍ର ବିଶ୍ୱାଳ,ମଧୁସୁଦନ ସାହୁ,ଅନନ୍ତ ଚରଣ ସାହୁ,ଦୋଳ ଗୋବିନ୍ଦ ବେହେରା,ସମିତି ସଭ୍ୟ ଧରଣୀ ଧର କର,ରାମଚନ୍ଦ୍ର ସାହୁ,ଶଙ୍କର୍ଷଣ କୁଣ୍ଡୁ,ନାରାୟଣ ସାହୁ,ଅନାଦି ଚରଣ କର,ନୃସିଂହ ମୁଦୁଳି ଓ ବିଜୟ ଦାସ ପ୍ରମୁଖ ଯୋଗଦେଇଥିଲେ ।