Img 20240218 Wa0279

’ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ମୟୁରଭଞ୍ଜଙ୍କ ଦ୍ୱାରା ବାରିପଦା ଠାରେ ଜନଜାତି ସାଂସ୍କୃତିକ ସମ୍ମିଳନୀ ମହାସମାରୋହ ରେ ଅନୁଷ୍ଠିତ

State

ବାରିପଦା: ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିର ବିକାଶ ଏବଂ ଯୁବବର୍ଗଙ୍କ ଭିତରେ ଲୁକ୍କାୟିତ ରହିଥିଵା କ୍ରୀଡା ନୈପୁଣ୍ୟତାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ,ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରିଷଦର ଅଧ୍ୟକ୍ଷ ଡ଼.ଦେବାଶିଷ ମାରାଣ୍ଡୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପଂଚାୟତସ୍ତରରୁ ଆରମ୍ଭକରି ପଂଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଏକ ବିରାଟ ଫୁଟବଲ ଟୁର୍ନାମେଣ୍ଟ “ଏସଡିସି ଗ୍ରାଣ୍ଡ କପ “ଆୟୋଜନ ହୋଇଯାଇଛି l ଜିଲ୍ଲାର ୨୬ଟି ବ୍ଲକର ୨୬ଟି ବିଜେତା ଦଳକୁ ନେଇ ରାଇରଙ୍ଗପୁର କଚେରୀ ପଡିଆରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯଇ ବିଜେତା ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଟ୍ରଫି ପ୍ରଦାନ ସହ ସେମାନଙ୍କର ଫୁଟବଲ ପ୍ରତି ଆଗ୍ରହକୁ ଦିଗୁଣିତ କରିବା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ ବାବଦକୁ ବିଜୟୀ ଦଳକୁ ଏକ ଲକ୍ଷ, ଦ୍ୱତୀୟ ସ୍ଥାନରେଥିବା ଦଳକୁ ୫୦ ହଜାର, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୩୦ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୨୫ ହଜାର କରି ଅର୍ଥ ପ୍ରଦାନ କରାଯାଇଥିଲା lଏବଂ ମେନ ଅଫ ଟୁର୍ନାମେଣ୍ଟଙ୍କୁ ବୁଲେଟ ମୋଟର ସାଇକେଲ, ଶ୍ରେଷ୍ଠ ଗୋଲ ରକ୍ଷକଙ୍କୁ ୨୫ହଜାର ଓ ଶ୍ରେଷ୍ଠ ଡ଼ିଫେଣ୍ଡରଙ୍କୁ ମଧ୍ୟ ୨୫ହଜାର କରି ଅର୍ଥରାଶି ପ୍ରଦାନ କରାଯାଇଥିଲା l ଠିକ ସେପରି ଆଦିବାସୀ କଳା ସଂସ୍କୃତିର ବିକାଶ କରିବା ପାଇଁ ବାରିପଦାର ଛଉ ପଡ଼ିଆ ଠାରେ ମଧ୍ୟ ‘ଜନଜାତି ସାଂସ୍କୃତିକ ସମ୍ମିଳନୀ’ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l

ଜିଲ୍ଲାର ବିଭିନ୍ନ ଆଦିବାସୀ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏଠାରେ ପାରମ୍ପରିକ ଗୀତ ନାଚ ପରିବେଷଣ କରାଯାଇଥିଲା l ଏବଂ ଏହି ପରମ୍ପରା କଳା ଆଂସ୍କୃତିକୁ ଦୀର୍ଘସ୍ଥାୟୀ କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ସେମାନଙ୍କୁ ସେମାନେ ବ୍ୟବହାର କରୁଥିବା ପରମ୍ପରିକ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା l’ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଉଭୟ “ଏସଡିସି ଗ୍ରାଣ୍ଡ କପ ଓ ଜନଜାତି ସାଂସ୍କୃତିକ ସମିଳନୀ, ଆଦିଫେଷ୍ଟ ” ୧୮ ତାରିଖରେ ଉଦଯାପନ ହୋଇଯାଇଛି lରାଇରଙ୍ଗପୁର କଚେରୀପାଡ଼ିଅର ଅନୁଷ୍ଟିତ ଏସଡିସି ଗ୍ରାଣ୍ଡ କପରେ ଫୁଟବଲର ମଜା ସାଙ୍ଗକୁ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସଂଧ୍ୟାରେ ମଞ୍ଚ ଉପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଂଗୀତ ଏବଂ ବଲିଉଡ ଷ୍ଟାର ଗୁଲସନ ଗ୍ରୋବରଙ୍କ ମନଛୁଆଁ ସଂଳାପ ସମସ୍ତଙ୍କୁ ଆନନ୍ଦିତ କରିଥିଲା l ସେହିପରି ବାରିପଦାରେ ଅନୁଷ୍ଠିତ ଜନଜାତି ସାଂସ୍କୃତିକ ସମିଳନୀରେ ପ୍ରତିଦିନ ଆଦିବାସୀ ନାଚଗୀତ ସହ ଓଲିଉଡ଼ କଣ୍ଠଶିଳ୍ପୀ ସତ୍ୟଜିତ ଓ ବଲିଉଡ ତାରକା କମେଡି ସେନଶେଷନ ଗୋବିନ୍ଦାଙ୍କ କମେଡି ସଂଳାପ ସମସ୍ତଙ୍କ ମନ କିଣିନେଇଥିଲା l