Photo For The News Of Annual Function

ସାହୁପଡ଼ା ଶିଶୁମନ୍ଦିର ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାହୁପଡ଼ା ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ରତ୍ନାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ମୁଖ୍ୟ ବକ୍ତାଭାବେ ଖଇରା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ,ସମ୍ମାନୀତ ଅତିଥିଭାବେ ସରପଂଚ ସବିତାରାଣୀ ନାୟକ,ସଭାପତି ଉମାକାନ୍ତ ମହାପାତ୍ର,ସିଆସିସି ବିକ୍ରମ କେଶରୀ ପାଲ,ମାତୃଭାରତୀ ର ସଂଯୋଜିକା ସୁଚରିତା ବେହେରା,ନାଏବ ସରପଂଚ ରାଜେନ୍ଦ୍ର ବେହେରା, ପ୍ରଧାନଶିକ୍ଷୟିତ୍ରୀ ଗୈାରିବାଳା ପତି ପ୍ରମୁଖ ଯୋଗଦେଇ ଥିଲେ ।

ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାସହ ଚଳିତବର୍ଷ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାୟାଧର ଦାଶ ବାର୍ଷିକ ବିବରଣୀ ପାଠ ,ଆଚାର୍ଯ୍ୟ ବଳରାମ ପୃଷ୍ଟି ଅତିଥିପରିଚୟ ଓ ରମାକାନ୍ତ ମହୁରୀ ଧନ୍ୟବାଦ ଦେଇଥିଲେ । ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ଗୁରୁଜୀ /ଗୁରୁମା ଭୀଷ୍ମଦେବ ଦାସ,ମମତା ମହାନ୍ତି,ରାଜଶ୍ରୀ ବେହେରା,ସୁମତି ସେଠୀ,ରଶ୍ମୀତା ପାଣିଗ୍ରାହୀ,ସ୍ୱର୍ଣ୍ଣଲତା ଦଳାଇ,ରୁପାଲୀ ମହାରଣା ଙ୍କସହ ମାତୃଭାରତୀ କେନ୍ଦ୍ରର ସମସ୍ତ ସଦସ୍ୟ /ସଦସ୍ୟା ମାନେ ସହଯୋଗ କରିଥିଲେ ।