Maa

ମା’ ଲଷ୍ମୀଙ୍କ ମନ୍ଦିରର ବାର୍ଷିକ ଉତ୍ସବ

Religion and Cult

ଆଗରପଡ଼ା :ପ୍ରତିବର୍ଷପରି ଚଳିତ ବର୍ଷ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ନିମାପଡ଼ାସ୍ଥ କପାଳୀ କ୍ଷେତ୍ର ଠାରେ ଅଧିଷ୍ଠିତ ଥିବା ମା’ଲଷ୍ମୀ ମନ୍ଦିର ବାର୍ଷିକ ଉତ୍ସବ ଦୁଇଦିନ ଧରି ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ନରେନ୍ଦ୍ର ପୁଷ୍କରିଣି ରୁ ଘଟୋତ୍ତୋଳନ କରା ଯାଇ ପୂଜାରମ୍ଭ ହୋଇଥିଲା । ପର ଦିନ ପ୍ରତ୍ୟୁକ୍ଷରୁ ପ୍ରଥମେ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯିବା ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ମା’ ଲଷ୍ମୀଙ୍କ ପୁରାଣ ପାଠସହ ସହସ୍ରନାମ ପାଠନ କରାଯାଇ ପତ୍ୟେକ ମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥିଲା । ପାଶ୍ୱର୍ସ୍ଥ ଦେବାଦେବୀ ଗାୟତୀ ଓ କୁବେର ଙ୍କୁ ମଧ୍ୟ ଷୋଡ଼ଶ ଉପଚାରେ ପୂଜାର୍ଚ୍ଚନା ସହ ଅପରାହ୍ନରେ ବହୁ ଭକ୍ତଙ୍କ ଉପସ୍ଥିତିରେ ବେଦମାତା ଗାୟତ୍ରୀ ଙ୍କର ମୂଳ ମନ୍ତ୍ରରେ ଏକଶତ ଅଷ୍ଟମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ସହ ଘଂଟ ଶଙ୍ଖ ଓ ହୁଳହୁଳି ଧ୍ୱନିରେ ବିଶ୍ୱର ମଙ୍ଗଳ ନିମିତତ୍ତପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଉକ୍ତ ଯଜ୍ଞ ର ମୁଖ୍ୟ ପୁରୋଧା ପ୍ରକାଶ ଚନ୍ଦ୍ର ସାହୁ ଓ ତାଙ୍କପତ୍ନୀ ଲବଙ୍ଗଲତା ସାହୁ ମୁଖ୍ୟ କଳସ ଆଣିଥିବା ବେଳେ ଯଜ୍ଞ କାର୍ଯ୍ୟ ସଂପାଦନ କରିଥିଲେ ପଣ୍ଡିତ ପଦ୍ମନାଭ ପଣ୍ଡା,ଧରଣୀଧର ଦ୍ୱୀବେଦି,ଅନ୍ନଦାକର ଶର୍ମା ପ୍ରମୁଖ । ଏହାକୁ ସନାତନ ସାହୁ, ପବିତ୍ରା ସାହୁ,ପ୍ରତୀକ ସାହୁ,ଲୋତିକା ସାହୁ ଲେପାମୁଦ୍ରା ସାହୁଙ୍କ ସହ ମନ୍ଦିର କମିଟିର କର୍ମକର୍ତା ମାନେ ସହଯୋଗ କରିଥିଲେ । ଉକ୍ତ ସ୍ଥାନରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।